Wednesday , December 8 2021
Home / ବିଶେଷ / ଜଗନ୍ନାଥଙ୍କ ଦାରୁସ୍ଥଳରେ ମନ୍ଦିର ନିର୍ମାଣ: ଜିଲାପାଳ ସହଯୋଗ କରିବାକୁ ନିବେଦନ

ଜଗନ୍ନାଥଙ୍କ ଦାରୁସ୍ଥଳରେ ମନ୍ଦିର ନିର୍ମାଣ: ଜିଲାପାଳ ସହଯୋଗ କରିବାକୁ ନିବେଦନ

ତାରପୁର, ୨୫/୦୬/୨୦୨୧(ଓଡ଼ିଶା ସମାଚାର)- ବିଶ୍ୱ ନିୟନ୍ତା ପ୍ରଭୁ ଜଗନ୍ନାଥଙ୍କ ୨୦୧୫ ମସିହା ନବେକଳେବର ରେ ଜଗତସିଂହପୁର ଜିଲା ରଘୁନାଥପୁର ମଣ୍ଡଳ ଅଧିନ ଖରିପଡ଼ିଆ ଗ୍ରାମରୁ ମହାପ୍ରଭୁଙ୍କ ଦାରୁ ଚିହ୍ନଟ କରାଯାଇ ପ୍ରଭୁଙ୍କ ବିଗ୍ରହ ନିର୍ମାଣ ପାଇଁ ପୁରୀ ଯାଇଥିବା ଉକ୍ତ ଦାରୁ ପୀଠର ସ୍ମୃତି ରକ୍ଷା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିରର ନିର୍ମାଣ ଆରମ୍ଭ ହୋଇଥିଲା । ଅର୍ଥାଭାବରୁ ମନ୍ଦିରଟି ଅର୍ଦ୍ଧ ନିର୍ମିତ ହୋଇ ରହିଥିବାବେଳେ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଗ୍ରାମବାସୀ ତଥା କେତେକ ଜଗନ୍ନାଥପ୍ରେମୀ ଭକ୍ତମାନଙ୍କ ତତ୍ୱାବଧାନରେ ଉକ୍ତ ମନ୍ିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସୂଚନା ଯୋଗ୍ୟ କି ମନ୍ଦିର ନିର୍ମାଣ ପାଇଁ ପୁରୀ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ୫ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ମନ୍ଦିର ସମ୍ପୂର୍ଣ୍ଣ ହେବାକୁ କୋଟିଏ ରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ଏତେ ଟଙ୍କା ଯୋଗାଡ଼ କରି ମନ୍ଦିର ନିର୍ମାଣ ଗ୍ରାମବାସୀଙ୍କ ପାଇଁ କଷ୍ଟ ସାଧ୍ୟ ହୋଇଥିବାବେଳେ ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ସାରା ରାଜ୍ୟର ଜଗନ୍ନାଥ ପ୍ରେମୀ ଭକ୍ତ ଓ ଜଗତସିଂହପୁର ଜିଲାପାଳଙ୍କୁ ଗ୍ରାମବାସୀମାନଙ୍କ ତରଫରୁ ନିବେଦନ କରାଯାଇଛି । ଜଗନ୍ନାଥପ୍ରେମୀ ଭକ୍ତମାନେ ଏଥିପାଇଁ ଜମା ଖାତାକୁ ସେମାନଙ୍କର ଦାନ ଅର୍ଥ ପଠାଇ ପାରିବେ । ଆକାଉଂଟ ନଂ- ୩୫୦୬୪୪୯୫୦୧୩ ଆଇଏଫସି – ଏସବିଆଇଏନ ୦୦୧୦୯୧୭ । ଓଡ଼ିଶା ସମାଚାର

About admin

Check Also

ଶିକ୍ଷାବିତ ପୁରୁଷୋତମ ସ୍ୱାଇଁ ଙ୍କ ପରଲୋକ

ରଘୁନାଥପୁର, ୦୭/୧୨/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଗୁଆଳିପୁର ପଂଚାୟତ କୁର୍ତାଙ୍ଗ ଗ୍ରାମର ସୁନାମଧନ୍ୟ ଶିକ୍ଷକ ପୁରୁଷୋତମ ସ୍ୱାଇଁ ଙ୍କ ୬୭ …

Leave a Reply

Your email address will not be published. Required fields are marked *