ଭୁବନ ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଆଜି ଦୁଇଟି ସ୍ଥାନରେ ସାମୁହିକ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଟିଏ ଦିନରେ ୫୮୫ ଜଣ ଟିକା ନେବା ଭୁବନ ସ୍ୱାସ୍ଥ୍ୟ କେନ୍ଦ୍ରରେ ରେକର୍ଡ ସୃଷ୍ଟି କରିଛି । ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ଏବଂ ନୂଆଭୁବନ ଉପ୍ରା ବିଦ୍ୟାଳୟରେ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତି ମାନଙ୍କୁ (ଯେଉଁମାନେ ଅନଲାଇନରେ ସ୍ଲଟ ବୁକିଂ କରିଥିଲେ ) ଟିକା ଦିଆଯାଇଥିଲା । ସମୁଦାୟ ୪୫୫ ଜଣ ବ୍ୟକ୍ତି ଙ୍କୁ ଟିକା ଦିଆଯାଇଥିଲା । ଅପରାହ୍ନରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ଅଫଲାଇନରେ ଅର୍ଥାତ ସେଙ୍ଗସେଙ୍ଗ ଆଧାରକାର୍ଡ ନେଇ ନାମ ପଞ୍ଜିକରଣ କରି ସମୁଦାୟ ୧୩୦ ଜଣଙ୍କୁ ଟିକା ଦିଆଯାଇଥିଲା । ଆକାଉଣ୍ଟ ମ୍ୟାନେଜର ଶୁଭକାନ୍ତ ଆଚାର୍ଯ୍ୟ ଙ୍କ ତତ୍ୱାବଧାନରେ ସିଲନ ମିଶ୍ର,ଶୁଭ୍ରାଞ୍ଜଳି ମହାପାତ୍ର,ଦମୟନ୍ତୀ ବେହେରା,ବସନ୍ତ କୁମାର ସାହୁ ପ୍ରମୁଖ ଟିକାକରଣରେ ସହଯୋଗ କରିଥିବା ସଂପର୍କରେ ମେଡିକାଲ ଇନଚାର୍ଜ ଡା.ରମେଶ କୁମାର ସାହୁ ଜଣାଇଛନ୍ତି । ଓଡ଼ିଶା ସମାଚାର