Wednesday , October 4 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଭୁବନରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଭୁବନରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଭୁବନ ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ଭୁବନରେ ତୃତୀୟାକୀୟୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ନୀତିକାନ୍ତି ସମାପନ କରାଯାଇ ଚତୁର୍ଦ୍ଧାମୂର୍ତି ଙ୍କୁ ଧାଡି ପହଣ୍ଡିରେ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ପରେ ୧୦୮ ଗରା ପବିତ୍ର ଜଳରେ ଶ୍ରୀଜୀୟୁ ଙ୍କୁ ସ୍ନାନ କରାଯାଇଥିଲା ।  ସବୁଠାରୁ ଉଲ୍ଲେଖେଯାଗ୍ୟ ବିଷୟ ସେବାୟତ ମାନେ ମଧ୍ୟ ମୁହଁରେ ମାସ୍କ ପିନ୍ଧି ଦୂରତା ରକ୍ଷା କରିଥିଲେ । ଶ୍ରୀଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସାହୁ, ମୁଖ୍ୟ ସେବକ ରାମଚନ୍ଦ୍ର ରାଉତ,ଭବାନୀ ଶଙ୍କର ପୋଥାଳ,ଉପଦେଷ୍ଟା ଗୋପୀନାଥ ମହାନ୍ତି ଙ୍କ ସମେତ ସମସ୍ତ ସଦସ୍ୟ,ମାତୃମଣ୍ଡଳୀ ଓ ସେବାୟତ ତୁଷାରକାନ୍ତ ମିଶ୍ର,ପୂର୍ଣ୍ଣାନନ୍ଦ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ । ସୂଚନାଯୋଗ୍ୟ ଯେ,ଜିଲ୍ଲାପାଳଙ୍କ ଦ୍ୱାରା ମନ୍ଦିରରେ ୧୪୪ ଜାରି କରାଯାଇଥିବାରୁ ପ୍ରଥମଥର ପାଇଁ ସାଧାରଣ ଜନତା ତଥା ଶ୍ରଦ୍ଧାଳୁ ଭକ୍ତ ଠାକୁର ଦର୍ଶନ କରିପାରିନଥିଲେ । ଭୁବନ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ତହସିଲଦାର ତଥା ଏକଜ୍ୟୁକୁଟିଭ ମାଜିଷ୍ଟ୍ରେଟ ପ୍ରଭାସ କୁମାର ବେହୁରା ଉପସ୍ଥିତ ରହି ଆଇନଶୃଙ୍ଖଳା ତଦାରଖ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *