ଜଗତସିଂହପୁର ୨୪/୦୬/୨୦୨୧(ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସମାଜସେବୀ ଜଗତସିଂହପୁର ମାଟି ର ଯୋଗ୍ୟ ସନ୍ତାନ ,ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଙ୍କ ତିରୋଧାନ ଦିବସ ଜଗତସିଂହପୁର ଜିଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ନବକୃଷ୍ଣ ଚୌଧୁରୀ ଙ୍କ ଜନ୍ମସ୍ଥାନ ଖେରସ ଗ୍ରାମରେ ଥିବା ପ୍ରତିମୂର୍ତ୍ତି ଓ ପରେ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୁର୍ବକ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଏହି ଉତ୍ସବ ରେ ପୌରପରିଷଦ ନିର୍ବାହି ଅଧିକାରୀ ଅଶୋକ କୁମାର କର୍ଣ୍ଣ ,ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ଡେପୁଟି ମ୍ୟାନେଜର ସୁକାନ୍ତ କୁମାର ପ୍ରଧାନ, ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୂ,ବରିଷ୍ଠ ସହାୟକ,ଦୀପକ ପଟ୍ଟନାୟକ ଓ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର