Wednesday , October 4 2023
Breaking News
Home / ବିଶେଷ / “ଦାରୁକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା”

“ଦାରୁକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା”

ଭୁବନେଶ୍ୱର, ୨୪/୦୬/୨୦୨୧(ଓଡ଼ିଶା ସମାଚାର)-ଶ୍ରୀଜଗନାଥଙ୍କ ଦାରୁ ପ୍ରାପ୍ତି ସ୍ଥାନ ଦଧିମାଛ ଗାଡ଼ିଆଠାରେ ଶ୍ରୀଦାରୁବ୍ରହ୍ମ ଶ୍ରୀଜଗନାଥ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । କୋଭିଡ଼୍ କଟକଣାରେ ରୂପା ଢ଼ାଳରେ ୧୦୮ଥର ପାଣିଲାଗି କରାଯାଇଥିଲା । ଏହି ଅବସରରେ ଠାକୁରଙ୍କ ନୀତି ପୂଜା କରାଯିବା ସହ ଶ୍ରୀଜିଉଙ୍କ ନିକଟରେ ମାନସ ରଞ୍ଜନ ପଟ୍ଟନାୟକଙ୍କ ଦ୍ୱାରା ଛେରା ପହଁରା ସଂପାଦିତ ହୋଇଥିଲା । ପରେ ହାତୀ ବେଶ ମହାପ୍ରଭୁଙ୍କୁ କରାଯାଇଥିଲା । ଦାରୁ ବାହାରିଥିବା ଏହି ସ୍ଥାନରେ ଠାକୁରଙ୍କୁ ଦେଖିବାକୁ ବହୁ କଟକଣା କରାଯାଇଥିଲା । କେବଳ ପାରମ୍ପରିକ ଘଂଟ, ସଂକିର୍ତନ ବାଜି ପୂଜା କରାଯାଇଥିଲା । ଏଥିରେ ଭୁବନ ବିହାରୀ ପଟ୍ଟନାୟକ, ସହଦେବ ପ୍ରଧାନ, ମଧସୁୁଦନ ବିଶ୍ୱାଳ, ଜିବନଜ୍ୟୋତି ମିଶ୍ର, ଲିଟୁ, ରିଲା ଆଦି ପରିଚାଳଣା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *