Monday , March 27 2023
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ଆଜି ଦେବସ୍ନାନ ପୂର୍ଣ୍ଣିମା: ଜନଶୂନ୍ୟନେମାଳ ପଦ୍ମବନପୀଠ

ଆଜି ଦେବସ୍ନାନ ପୂର୍ଣ୍ଣିମା: ଜନଶୂନ୍ୟନେମାଳ ପଦ୍ମବନପୀଠ

ନିଶ୍ଚିନ୍ତକୋଇଲି ,୨୪/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା ) – ଆଜି ଦେବସ୍ନାନ ପୂର୍ଣ୍ଣିମା ରେ ଜନଶୂନ୍ୟନେମାଳ ସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ପୀଠ ।ଏହି ଦିନକୁ ମହାପୁରୁଷ ଙ୍କ ମହାପ୍ରୟାଣ ଦିବସ ଭାବରେ ପାଳନ କରାଯାଇଥାଏ। ଏହି ଦିବସରେ ଚଳଚଞ୍ଚଳ ହୋଇଉଠେ ପଦ୍ମାବନ ପୀଠ । ଲକ୍ଷାଧିକ ଶ୍ରଦ୍ଧାଳୁ ଓ ଭକ୍ତମାନଙ୍କର ସମାଗମ ହୋଇଥାଏ ଏହି ପୀଠରେ । ମହାପୁରୁଷ ଅଚ୍ୟୁତାନନ୍ଦ ଥିଲେ ଦିବ୍ୟଦ୍ରଷ୍ଟା ଓ ମହାନ ସାଧକ ତଥା ଭବିଷ୍ୟତ ମାଳିକାକାର ,ଉତ୍କଳୀୟ ବୈଷ୍ଣବକବି ଓ ଜଗନ୍ନାଥ ଙ୍କ ର ପରାମଭକ୍ତ।କଥିତ ଅଛି ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥ ନେମାଳ ଆସିଥାନ୍ତି , ସେଥିପାଇଁ କୁହାଯାଇଛି ”ଯେଉଁ ଜଗନ୍ନାଥ ମୁରତି ନିଳାଞ୍ଚଳ ରେ ସ୍ଥିତ ସେହି ଜଗନ୍ନାଥ ମୁରତି ପଦ୍ମବନେ ଉଦିତ” । କେଉଁ କାଳରୁ ବହୁ ବିଶ୍ୱାସ ଓ ଆସ୍ଥାର ପ୍ରତୀକ ଭାବେ ଲମ୍ବିଚାଲିଛି ମହାପୁରୁଷ ଙ୍କ ପିଠରେ ଦେବସ୍ନାନ ପୂର୍ଣ୍ଣିମାଓ ଯାତ୍ରା ।ଶହସ୍ରାଧିକ ଦୋକାନ ବଜାର ଖୋଲାଯାଇ କିଣାବିକା ହୋଇଥାଏ ଆଜିର ଦିନରେ । ମାତ୍ର ଗତ ଦୁଇ ବର୍ଷ ହେଲା ଏହିଯାତ୍ରା ମହାମାରୀ କରୋନା ପାଇଁ ବନ୍ଦ ହୋଇଛି. ଚଳିତ ବର୍ଷ ମଧ୍ୟ ପ୍ରଶାସନ ପକ୍ଷରୁ ପୀଠ ଚତୁର୍ପାଶ୍ୱ ରେ ଜାରି କରାଯାଇଛି ୧୪୪ଧାରା. । ଆଜି ସ୍ଥାନଟି ଜନଶୂନ୍ୟ ଓ ଭକ୍ତ ଶୂନ୍ୟ ପରିଲକ୍ଷିତ ହୋଇଛି । ନିଶ୍ଚିନ୍ତକୋଇଲି ତହସିଲଦାର ତଥା ଟ୍ରଷ୍ଟ ର ସଦସ୍ୟ ମାନସ ରଞ୍ଜନ ତାରାଶିଆ, ନେମାଳ ଥାନା ଅଧିକାରୀ ଉମେଶ ଚନ୍ଦ୍ର ସାହୁ ପୋଲିସ ଟିମ ସହ ଉପସ୍ଥିତ ରହିଛନ୍ତି. । କୋଭିଡ କଟକଣା ମଧ୍ୟରେ ସେବାୟତ ସଂଘ ସଭାପତି କ୍ଷମାନିଧି ପୂଝାରୀ ଙ୍କ ତତ୍ୱାବଧାନ ରେ ସେବାପୂଜା ଓ ନୀତିକାନ୍ତି ସମ୍ପନ୍ନ ହେଉଛି. । ଓଡିଶା ସମାଚାର

Leave a Reply

Your email address will not be published.