Saturday , March 25 2023
Breaking News
Home / ବିଶେଷ / ସୁପ୍ରତିଭା ଓ ଗୁଞ୍ଜ ସାମାଜିକ ସଂଗଠନ ପକ୍ଷରୁ ସେଵାକାର୍ଯ୍ୟ

ସୁପ୍ରତିଭା ଓ ଗୁଞ୍ଜ ସାମାଜିକ ସଂଗଠନ ପକ୍ଷରୁ ସେଵାକାର୍ଯ୍ୟ

କଟକ ୨୩/୦୬/୨୦୨୧(ଓଡ଼ିଶା ସମାଚାର)-  ରାଜ୍ୟର ଅଗ୍ରଣୀ ସ୍ବେସ୍ଥାସେବୀ ସଂଗଠନ ସୁପ୍ରତିଭା ଓ ନୂଆଦିଲ୍ଲୀ ସ୍ଥିତ ଗୂଂଜ ମିଳିତ ସହଯୋଗରେ  ରାହତ କୋଭିଡି ୧୯ ପ୍ରକଳ୍ପ ଦ୍ୱାରା କଟକ ଜିଲ୍ଲା ନୂଆପଡା ବାଲିସାହିରେ ରହୁଥିବା ପାଖାପାଖି ୧୪୦ରୁ ଉର୍ଦ୍ଧ୍ବ ଗରିବ ଲୋକ ମାନଙ୍କୁ ଚାଉଳ,ଅଟା,ଡାଲି,ଲୁଣ,ତେଲ,ଚିନି ଇତ୍ୟାଦି ରାସନ ସାମଗ୍ରୀ ସହ ସାନିଟାରୀ ନାପକିନ ବଣ୍ଟନ କରାଯାଇଥିଲା। ଏହି କାର୍ଯକ୍ରମରେ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିବାବେଳେ ଏଫ.ପି.ର.ଏ.ର ସମ୍ପାଦିକା ଲିପ୍ସା ମହାପ।ତ୍ର ଓ ସୁପ୍ରତିଭାର ସମ୍ପାଦକ ବିକାଶ ମହାପାତ୍ରଙ୍କ ଆହ୍ୱାନ କ୍ରମେ ସୁପ୍ରତିଭାର କାର୍ଯ୍ୟକାରିଣୀ ସଦସ୍ୟା ଜାଜ୍ଞସେନି ନାୟକ,ଶଶିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାଛଡା ସେହି ଅଞ୍ଚଳର ମୌଳିକ ସୁବିଧାକୁ ଆଖିଆଗରେ ରଖି ଆଗାମୀ ଭବିଷ୍ୟତରେ ଅନୁଷ୍ଠାନ ପକ୍ଷରୁ ସେମାନଙ୍କ ସ୍ୱାସ୍ଥ୍ୟ,ଶିକ୍ଷା,ପରିମଳ ବ୍ୟବସ୍ଥାର ଉନ୍ନତି ପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ଅନୁଷ୍ଠାନର ସମ୍ପାଦକ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାହତ କୋଭିଡି ୧୯ ପ୍ରକଳ୍ପ ଦ୍ୱାରା ସୁପ୍ରତିଭା ଅନୁଷ୍ଠାନ ରାଜ୍ୟରେ ୭୨୮ ଗରିବ ଲୋକଙ୍କୁ ରାସନ, ସ୍ୱଚ୍ଛତା କିଟ୍,୨୦୦ ପରିବାରକୁ ପନିପରିବା ମଞ୍ଜି ଓ ୪୧୨ ପରିବାରକୁ ବିଭିନ୍ନ ପ୍ରକାରର ଫଳଗଛ ବଣ୍ଟନ କରାଯାଇଛି  । ଓଡ଼ିଶା ସମାଚାର

Leave a Reply

Your email address will not be published.