Sunday , October 1 2023
Home / ବିଶେଷ / ସମାଜସେବୀ ରଞ୍ଜନ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

ସମାଜସେବୀ ରଞ୍ଜନ ସାହୁଙ୍କ ଏକାଦଶାହ ଅବସରରେ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଧୁମାତ ବସନ୍ତବଗିଚା ଠାରେ ସମାଜସେବୀ, ଯୁବନେତା ଓ ଦରଦୀ ମଣିଷ ସ୍ୱର୍ଗତ ରଞ୍ଜନ କୁମାର ସାହୁଙ୍କ ଏକାଦଶାହ ଅବସରରେ ଇନ୍ଦୁପୁର ହାଇସ୍କୁଲର ୧୯୮୩ ବ୍ୟାଚ ସହପାଠୀମାନଙ୍କ ସହଯୋଗରେ ସହପାଠୀ ତଥା ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସମ୍ପାଦକ ପ୍ରଣବ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା,ପଂଚାୟତ ସମିତି ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପରିବେଶବିତ ତଥା ମହାକାଳପଡା ବିକାଶ ମଂଚର ସଭାପତି କାଶିନାଥ ରାଉତରାୟ, ସହପାଠୀ ମତ୍ସ୍ୟ ବିଭାଗ ଅଧିକାରୀ ପ୍ରମୋଦ ପତି, ଅଧ୍ୟାପକ ଡଃ. ସଂଗ୍ରାମ କେଶରୀ ରାଉତ, ଶିକ୍ଷାବିତ ଦେବେନ୍ଦ୍ର ରାଉତ, ତ୍ରିଲୋଚନ ଜେନା, ପର୍ଶୁରାମ ସ୍ୱାଇଁ, ଚିର ରଞ୍ଜନ ରାଉତ, ସାମ୍ବାଦିକ ପରୀକ୍ଷିତ ପାତ୍ର, ମଦନମୋହନ ସ୍ୱାଇଁ, ବିଜେଡି ରାଜ୍ୟ ଯୁବ ସମ୍ପାଦକ ରାଜେଶ ପଣ୍ଡା, ଦୁସ୍ମନ୍ତ ମଲିକ, ପୂର୍ବତନ ସରପଂଚ ନାରାୟଣ ପରିଡା, ପ୍ରଦିପ୍ତ ରଞ୍ଜନ ସୁତାର, ସହପାଠୀ ମାନସ ହାଜରା, କୁଞ୍ଜବିହାରୀ ସ୍ୱାଇଁ, ଦିଲିପ ଥାଟୋଇ, ଅଧ୍ୟାପକ ପ୍ରଦୀପ କୁମାର ରାଉତ, ପୂର୍ବତନ ସରପଂଚ ବିଜନ କୁମାର ମଲିକ, ପ୍ରଦୀପ କୁମାର ସାହୁ, ଜ୍ଞାନେନ୍ଦ୍ର କୁମାର ବାରିକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ସାହୁ ଜଣେ ପରୋପକାରୀ, ଦରଦୀ  ଓ ଅସହାୟ ମାନଙ୍କର ସହାୟକ ଥିଲେ ବୋଲି ମତବ୍ୟକ୍ତ କରି ସ୍ମୃତି ଶ୍ରଦ୍ଧାଞ୍ଜଳିି ଅର୍ପଣ କରିଥିଲେ । ସ୍ୱର୍ଗତ ସାହୁଙ୍କ ସ୍ମୃତି ଉଦେଶ୍ୟରେ ସେ ପଢୁଥିବା ଇନ୍ଦୁପୁର ଉଚ୍ଚ ବିଦ୍ୟାଳୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏକ ପ୍ରତିମୁର୍ତି ସ୍ଥାପନ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ଶ୍ରୀ ଭଳ ଘୋଷଣା କରିବା ସହ ଏହି କାର୍ଯ୍ୟ ଏକମାସ ମଧ୍ୟରେ ସମାପନ କରାଯାଇ ଅସନ୍ତା ଅଗଷ୍ଟ ୧୫ ତାରିଖରେ ପ୍ରତିମୁର୍ତି ଉନ୍ମୋଚିତ ହେବ ବୋଲି  ପ୍ରତିଶୁତି ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ସହପାଠୀ ବିଜୟ କୁମାର ସାହାଣୀ, ରାମ ସିଂ, ପ୍ରଭାତ ମହାରଣା, ସେକ ମଇବୁର ରବ୍, ଦିଲିପ କୁମାର ପରିଡା, ରମେଶ ସୁତାର, ରଞ୍ଜନ ଜେନା ପ୍ରମୁଖ ସହଯୋଗ କରିଥିବା ବେଳେ ସ୍ୱର୍ଗତ ସାହୁଙ୍କ ଏକମାତ୍ର ଝିଅ ଇପ୍ସିତା (ଗୁଡୀ) ଉପସ୍ଥିତ ସମସ୍ତଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ପରିବେଶବିତ କାଶିନାଥ ରାଉତରାୟ ସମସ୍ତଙ୍କୁ ମାସ୍କ ବଂଟନ କରିବା ପରେ ସହପାଠୀ ଭାଗିରଥି ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *