କେନ୍ଦ୍ରାପଡ଼ା,୨୩/୦୬/୨୦୨୧(ଓଡ଼ିଶା ସମାଚାର)-ଏକ ବିଦୁ୍ୟତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ୨ଟି ଗାଈଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କନ୍ଦ୍ରୋପଡା ପୋରାଂଚଳର ଟାଉନହଲ ନିକଟରେ ଏକ ବିଦୁ୍ୟତ ଟ୍ରାନ୍ସଫର୍ମର ରହିଛି । ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଦୁଇଟି ଗାଈ ସେହି ବିଦୁ୍ୟତ ଟ୍ରାନ୍ସଫର୍ମର ନିକଟକୁ ଚାଲିଯିବାରୁ ତାହାର ସଂସ୍ପର୍ଶରେ ଆସି ସେହି ଦୁଇଟି ଗାଈଙ୍କର ମୃତୁ୍ୟ ହୋଇଯାଇଥିଲା । ଖବର ପାଇ ବିଦୁ୍ୟତ ବିଭାଗ କର୍ମଚାରୀମାନେ ବିଦୁ୍ୟତ ସଂଯୋଗ ବିଛିନ୍ନ କରି ସେଠାରୁ ମୃତ ଗାଈ ଦୁଇଟିଙ୍କୁ ବାହାରକୁ ବାହାର କରିଥିଲେ । ଓଡ଼ିଶା ସମାଚାର