Monday , December 6 2021
Breaking News
Home / ଶିକ୍ଷା / ପାରାଦୀପ କଲେଜ ଦର୍ଶନ ବିଭାଗ ପକ୍ଷରୁ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ

ପାରାଦୀପ କଲେଜ ଦର୍ଶନ ବିଭାଗ ପକ୍ଷରୁ ଆର୍ନ୍ତଜାତୀୟ ଯୋଗ ଦିବସ ପାଳନ

ପାରାଦୀପ ୨୩/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ମହାବିଦ୍ୟାଳୟ ଦର୍ଶନ ବିଭାଗ ତରଫରୁ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରମାଦେବୀ ମହିଳା ମହାବିଦ୍ୟାଳୟର ଯୁବରେଡକ୍ରସ ସଂଯୋଜକ ଏବଂ ହରିଦ୍ୱାରର ପତଞ୍ଜଳି ପୀଠ ଯୋଗଗୁରୁ ଡଃ ଶୁସିଲ କୁମାର ପଟ୍ଟନାୟକ ରିସୋର୍ସ ପର୍ଶନ୍ ଭାବେ ଯୋଗ ଦେଇ ଯୋଗ ଜୀବନ ପାଇଁ ନିହାତି ଆବଶ୍ୟକ ପାଇଁ ମତବ୍ୟକ୍ତ କରିଥିଲେ । ୱେବିନାର୍ ର ଆରମ୍ଭରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସୁପ୍ରେମା କାନୁନଗୋ ସ୍ୱାଗତ ଭାଷଣ ଦେଇଥିଲେ । ଦର୍ଶନ ବିଭାଗର ମୁଖ୍ୟ ବ୍ରହ୍ମାନନ୍ଦ ବିଶ୍ୱାଳ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ଗଣେଶ୍ୱର ପାତ୍ର ଯୋଗଦେଇ ରାଜଯୋଗ ବିଷୟରେ ଆଲୋଚନା କରି ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ଅଭ୍ୟାସ ପାଇଁ ଉପଦେଶ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ଛାତ୍ରଛାତ୍ରୀ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଅଧ୍ୟାପିକା ରଂଜିତା ହାସ୍ଂଦା ଧନ୍ୟବାଦ ଅର୍ପଣ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

ବାଜିରାଉତ କଲେଜରେ ବିଶାଳ ରକ୍ତଦାନ ଶିବିର –  ୧୦୦ ୟୁନିଟ ରକ୍ତ ସଂଗୃହୀତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ  ବାଜିରାଉତ ସ୍ମୃତି ମହାବିଦ୍ୟାଳୟରେ ‘ମୋ କଲେଜ ଅଭିଯାନ’ ଆନୁକୂଲ୍ୟରେ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି …

Leave a Reply

Your email address will not be published. Required fields are marked *