Friday , September 22 2023
Breaking News
Home / ସ୍ୱାସ୍ଥ୍ୟ / ଦୁଇ ଟୀକା କେନ୍ଦ୍ରରେ ୧୮ ରୁ ୪୪ ବର୍ଷୀୟଙ୍କୁ ଟୀକାକରଣ ପାଇଁ ବ୍ୟାପକ ବନ୍ଦୋବସ୍ତ

ଦୁଇ ଟୀକା କେନ୍ଦ୍ରରେ ୧୮ ରୁ ୪୪ ବର୍ଷୀୟଙ୍କୁ ଟୀକାକରଣ ପାଇଁ ବ୍ୟାପକ ବନ୍ଦୋବସ୍ତ

ପାରାଦୀପ ୨୩/୦୬/୨୦୨୧(ଓଡ଼ିଶା ସମାଚାର)- ପାଗ ପ୍ରତିକୂଳକୁ ନେଇ ଦୁଇ ଟୀକା କେନ୍ଦ୍ର ବନ୍ଦର ଚିକିତ୍ସାଳୟ ଓ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮ ରୁ ୪୪ ବର୍ଷୀୟ ଯୁବବର୍ଗଙ୍କ ଟୀକାକରଣ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଗତ ତିନିଦିନ ଧରି ଉଭୟ ଟୀକା କେନ୍ଦ୍ରରେ ବ୍ୟାପକ ଶାନ୍ତିଶୃଙ୍ଖଳା ମଧ୍ୟରେ ଟୀକାକରଣ ଚାଲିଛି । ଗଣ୍ଡଗୋଳର ଆଶଙ୍କା ନେଇ ପୋଲିସ ମୁତୟନ ହୋଇଛି । ଉଭୟ ଟୀକା କେନ୍ଦ୍ରରେ ଖରା, ବର୍ଷାରୁ ଯୁବବର୍ଗଙ୍କ ସୁରକ୍ଷା ନିମନ୍ତେ ଟେନ୍ଟର ବ୍ୟବସ୍ଥା କରାଯାଇଛି । ବନ୍ଦର ଚିକିତ୍ସାଳୟର ମୁଖ୍ୟ ଚିକିତ୍ସାଧିକାରୀ ଡ. ପ୍ରହଲ୍ଲାଦ ପଣ୍ଡା ଓ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ. ବସନ୍ତ କୁମାର ରାଉତ  ପ୍ରତ୍ୟକ୍ଷ ଭାବେ ଏହି ଟୀକାକରଣ କାର୍ଯ୍ୟର ତଦାରଖ କରୁଛନ୍ତି । ଅନଲାଇନରେ ସ୍ଲଟ ବୁକିଂ କରିଥିବା ଯୁବବର୍ଗ ମାନଙ୍କୁ ଟୀକା ପ୍ରଦାନ କରାଯାଉଛି । ପ୍ରକାଶ ଥାଉ କି, ପାରାଦୀପ ବନ୍ଦର ଚିକିତ୍ସାଳୟରେ ୪ଟି ଓ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ଗୋଟି ଟୀକାକରଣ କରାଯାଉଛି । ଏହି ଦୁଇଟି ଟୀକାଦାନ କେନ୍ଦ୍ରରେ ଲୋକମାନେ ସାମାଜିକ ଦୂରତ୍ୱ ମାନୁ ନଥିବା ଦେଖିବାକୁ ମିଳୁଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *