Tuesday , December 7 2021
Breaking News
Home / ବିଶେଷ / ଚିକେନ୍ ଦୋକାନ ଜବରଦଖଲରେ : ଶ୍ରୀ ଜୀୟୁଙ୍କ ରଥଦାଣ୍ଡ ଜଳ ନିଷ୍କାସନ ପଥ ଅସରାଏ ବର୍ଷାରେ ରଥଦାଣ୍ଡ ଉବୁଟୁବୁ

ଚିକେନ୍ ଦୋକାନ ଜବରଦଖଲରେ : ଶ୍ରୀ ଜୀୟୁଙ୍କ ରଥଦାଣ୍ଡ ଜଳ ନିଷ୍କାସନ ପଥ ଅସରାଏ ବର୍ଷାରେ ରଥଦାଣ୍ଡ ଉବୁଟୁବୁ

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ପ୍ରସିଦ୍ଧ ଶ୍ରୀ ବଳଦେବଜୀୟୁଙ୍କ ରଥଦାଣ୍ଡ ଜବରଦଖଲକାରୀଙ୍କ କବ୍ଜା ଥିବାରୁ ମାଉସୀମା ମନ୍ଦିର ନିକଟରେ ବର୍ଷାଜଳ ନିଷ୍କାସନ ହୋଇ ପାରୁ ନାହିଁ । ଫଳରେ ବଡଦାଣ୍ଡ ଆଣ୍ଠୁଏ ପାଣିରେ ଉବୁଟୁବୁ ହେଉଛି । ଏହାର ଚର୍ତୁପାଶ୍ୱରେ ଥିବା ଗ୍ରାମର ଲୋକମାନେ ଆଣ୍ଠୁଏ ପାଣିରେ ପଶି ଯାଆ ଆସ କରୁଛନ୍ତି । ପ୍ରକାଶ ଯୋଗ୍ୟଯେ,ତିନି ବର୍ଷ ତଳେ ପ୍ରାୟ୯କୋଟି ଟଙ୍କା ବ୍ୟୟରେ ଶ୍ରୀ ବଳଦେବଜୀୟୁଙ୍କ ରଥଦାଣ୍ଡ ପୁର୍ନଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଚଳିତ ବର୍ଷ ପ୍ରାୟ୧୦ କୋଟିରୁ ଉଦ୍ଧ୍ୱର୍ ଟଙ୍କାରେ ସୈାର୍ନ୍ଦଯ୍ୟକରଣ କାର୍ଯ୍ୟ ଚାଲୁ ରହିଛି । ରଥଦାଣ୍ଡର ଉଭୟ ପାଶ୍ୱର୍ରେ ଆଲୋକୀକରଣ  କାର୍ଯ୍ୟ ଛଅ ମାସରୁ ଉଦ୍ଧ୍ୱର୍ ହେବ ଶେଷ ହୋଇ ଥିଲେ ମଧ୍ୟ ରାଜନୈତିକ ଇଛା ଶକ୍ତି ଅଭାବରୁ ଏହା ଉଦଘାଟନ ହୋଇ ନାହିଁ  । ଫଳରେ ଏହାର ଉଭୟ ପାଶ୍ୱର୍ର ଲୋକ ମାନେ ଅନ୍ଧାରରେ ରହୁଛନ୍ତି । ସେହିପରେ ଶ୍ରୀ ଜୀୟୁଙ୍କ ମାଉସୀମା ମନ୍ଦିର ନିକଟରେ ଥିବା ବର୍ଷାଜଳ ନିଷ୍କାସନ ପଥରେ ଜନୈକ ବ୍ୟକ୍ତି ଉଭୟ ଶ୍ରୀଜୀୟୁଙ୍କ ଦେବୋତର ସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀଙ୍କ ସହ ସଲାସୁତରା କରି ମାଧା ଚିକେନ୍ ସେଂଟର ଓ କବିତ ଭେରାଇଟ୍ ଷ୍ଟୋର ନାମରେ ଜବରଦଖଲ କରି ରଖିଛନ୍ତି । ଶ୍ରୀଜୀୟୁଙ୍କ ଦେବୋତର ସଂସ୍ଥା କାର୍ଯ୍ୟାଳୟ ନିର୍ବାହୀ ଅଧିକାରୀ କେଉଁ କାରଣରୁ ନୀରବ ଦ୍ରଷ୍ଟା ସାଜିଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟ ପକ୍ଷରେ ଅସରାଏ ବର୍ଷା ହେଲେ ଏହାର ଚର୍ତୁପାଶ୍ୱରେ ଥିବା ଗ୍ରାମର ଲୋକମାନେ ଆଣ୍ଠୁଏ ପାଣିରେ ପଶି ଯାଆ ଆସ କରୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଶ୍ରୀଜୀୟୁଙ୍କ ଦେବୋତର ସଂସ୍ଥା ର ସଭାପତି ତଥା କେନ୍ଦ୍ରାପଡା ଉପଜିଲ୍ଲାପାଳ ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।   ଓଡ଼ିଶା ସମାଚାର

About admin

Check Also

ଶୋକ ସମାଚାର : ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ଙ୍କ ପରଲୋକ

ଭୁବନେଶ୍ୱର,୦୭/୧୨/୨୦୨୧ (ଓଡ଼ିଶା ସମାଚାର)- ଶତାୟୁ ପୁରୁଷ,ସୁକିନ୍ଦା ଅଂଚଳର ଶିକ୍ଷାର ଆଲୋକ ବର୍ତିକା,ପଦ୍ମଶ୍ରୀ ପଦ୍ମଶ୍ରୀ ନନ୍ଦ ସାର ପରଲୋକ ଗମନ କରିଛନ୍ତି …

Leave a Reply

Your email address will not be published. Required fields are marked *