Sunday , October 1 2023
Home / ସ୍ୱାସ୍ଥ୍ୟ / ଚରମ ଅବ୍ୟବସ୍ଥା ରେ ଚାଲିଛି କୋଭିଡ କେନ୍ଦ୍ରଗୁଡିକ ରେ ଟୀକାଦାନ

ଚରମ ଅବ୍ୟବସ୍ଥା ରେ ଚାଲିଛି କୋଭିଡ କେନ୍ଦ୍ରଗୁଡିକ ରେ ଟୀକାଦାନ

ମାହାଙ୍ଗା /ସାଲେପୁର, ୨୩/୦୬/୨୦୨୧(ଓଡିଶା ସମାଚାର /ଅଭୟ ଜେନା )- ହସ୍ପିଟାଲ ଗୁଡିକ ରେ ବ୍ୟାପକ ଅବ୍ୟବସ୍ଥା ଓ ଜନ ଗହଳି,ଟୀକା ନେବାକୁ ଆସି ଅଧିକ ସଂକ୍ରମଣ ପାଇଁ ବାଟ ପରିସ୍କାର କରୁଛନ୍ତି ଲୋକେ । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ କୋଭିଡ ଟୀକା କରଣ କାର୍ୟ୍ୟକ୍ରମକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଥିବା ବେଳେ, ଲୋକେ କେବେ ସଚେତନ ହେବେ ତାହାହିଁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାହାଙ୍ଗା, ରାଇସୁଙ୍ଗୁଡ଼ା ସରକାରୀ ହସ୍ପିଟାଲ,ଭଦ୍ରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥା ନକହିବା ଭଲ । ୧୮ ରୁ ୪୪ ବର୍ଷ ବର୍ଗଙ୍କ କଥା ହେଉ କିମ୍ବା ୪୫ ରୁ ଉର୍ଦ୍ଧ୍ଵ ଲୋକଙ୍କୁ ଦ୍ୱିତୀୟ ଡୋଜ ଟୀକା ଦିଆଯିବା ହେଉ, ସବୁ କିଛି ଖୋଲା ମେଲାରେ ଚାଲିଛି । ମାହାଙ୍ଗା ମୁଖ୍ୟ ଚିକତ୍ସାଳୟ କୁହନ୍ତୁ, କିମ୍ବା ନଡିଆସାହସପୁର ହସ୍ପିଟାଲ, ଜଗନ୍ନାଥପୁର ହସ୍ପିଟାଲ, ନୃତ୍ତାଙ୍ଗ ଓ ଭଦ୍ରେଶ୍ୱର ହସ୍ପିଟାଲ, ସାଲେପୁର ଅଧୀନରେ ଥିବା ରାଇସୁଙ୍ଗୁଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ସବୁଠି ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମଳିଛି । ଆଜି ଦିନ ତମାମ ପ୍ରବଳ ବର୍ଷା ସତ୍ୱେ ମାହାଙ୍ଗା ଓ ସାଲେପୁର ଅଞ୍ଚଳ ରେ ଟୀକା ନେବା ପାଇଁ ପ୍ରବଳ ଭିଡ଼. ଦେଖିବାକୁ ମଳିଛି ।

କୋଭିଡ ଟୀକା ନେବାକୁ ଆସିଥିବା ଲୋକେ ସାମାଜିକ ଦୂରତ୍ୱକୁ ଭୁଲି ଯାଇଥିବା ବେଳେ, ପ୍ରଶାସନର ନିୟନ୍ତ୍ରଣ ବାହାରେ ହସ୍ପିଟାଲରେ ଦେଖାଦେଇଛି ଏଭଳି ସମସ୍ୟା । ପର୍ୟ୍ୟାପ୍ତ ଟୀକା କରଣ ଦ୍ୱାରା କରୋନାକୁ ପ୍ରତିହତ ପାଇଁ ସରକାର ଘୋଷଣା କରିଥିବା ବେଳେ, ସ୍ୱାସ୍ଥ୍ୟ ବିଭାଗର ଅଦୂରଦର୍ଶିତା ଏବଂ ଲୋକଙ୍କ ଭିତରେ ସଚେତନତା ଅଭାବରୁ ଏହା ଅଧିକ ସଂକ୍ରମିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ସ୍ୱାସ୍ଥ୍ୟ ବିଭାଗ ଏବଂ କୋଭିଡ ପରିଚାଳନାରେ ରହିଥିବା ସରକାରୀ ଅଧିକାରୀମାନେ ନିଜ ମୁଣ୍ଡରୁ ଦାୟୀତ୍ୱ ଖସାଇ ଦେବାରୁ,ବିଭିନ୍ନ ସରକାରୀ ହସ୍ପିଟାଲ ଗୁଡିକରେ ବ୍ୟାପକ ଜନ ଗହଳି ଏଭଳି ଆଶଙ୍କା ସୃଷ୍ଟି କରୁ ଥିବା କୁହାଯାଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *