Saturday , December 10 2022
Home / କ୍ରୀଡ଼ା / କେନ୍ଦ୍ରାପଡା ପୌରାଂଚଳରେ ମଲଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଧାୟକଙ୍କ ଦାବି

କେନ୍ଦ୍ରାପଡା ପୌରାଂଚଳରେ ମଲଟି ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବିଧାୟକଙ୍କ ଦାବି

କେନ୍ଦ୍ରାପଡ଼ା,୨୩/୦୬/୨୦୨୧(ଓଡ଼ିଶା ସମାଚାର)-ରାଜ୍ୟର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା । ଏହି ପୌରାଂଚଳରେ କ୍ରୀଡାର ବିକାଶ ପାଇଁ  ଏକ ମଲଟି ପରପୋଜ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ କେନ୍ଦ୍ରାପଡାବାସୀଙ୍କ ପକ୍ଷରୁ ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ମଙ୍ଗଳବାର ଜିଲ୍ଲାପାଳଙ୍କ ୱସୱାନ ଗୃହରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂରେ ଯୋଗଦେଇ ବିଧାୟକ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରିଥିଲେ । ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ଉତର ରଖିଥିଲେ ।  ଏହି ଭିଡିଓ କନଫରେନ୍ସିଂରେ କେନ୍ଦ୍ରାପଡାର ଯୁବ କ୍ରୀଡାବୀତ ଯୁବକ ଓ ଯୁବତୀମାନେ ଯୋଗଦେଇ କେନ୍ଦ୍ରାପଡାରେ ଏକ ମଲଟି ପରପୋଜ ଇନଡୋର ଷ୍ଟାଡିୟମ ନିର୍ମାଣ ନିମନ୍ତେ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ବିଧାୟକ ଶ୍ରୀ ବେହେରାଙ୍କୁ ପ୍ରଦାନ କରିଛନ୍ତି । ପୂର୍ବରୁ ମଧ୍ୟ ବିଧାୟକ ଶ୍ରୀ ବେହେରା କେନ୍ଦ୍ରାପଡାର ବିକାଶ ନିମନ୍ତେ ଓଡିଶା ବିଧାନସଭାରେ ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି । ଖୁବଶୀଘ୍ର କେନ୍ଦ୍ରାପଡାରେ ଏହି ମଲଟି ପରପୋଜ ଇନଡୋର ଷ୍ଟାଡିୟମ ନମନ୍ତେ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି ବିଧାୟକ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏହି ଭିଡିଓ କନଫରେନ୍ସିଂରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ପୂର୍ବତନ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘ ସଭାପତି ବିଚିତ୍ରାନନ୍ଦ ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷା ରୋସ୍ନôା ସାହୁ, ଧିରେନ ସାହୁ, ଦେବଦାସ ମହାନ୍ତି, ଯୁବକ୍ରୀଡାବିତ ଆବୁ ବଲାନ, ସୁହାନା ପରୱିନ୍, ଜୟସ୍ମିତା ଦାସ, ସାଳିନି ସାହୁ, ମମତା ବେହେରା, ମୋଜାହିଦ ଖାନ, ସୌମ୍ୟରଞ୍ଜନ ରାଉତରାୟ,ବଦ୍ରୀନାରାୟଣ ପତି, ସରୋଜ କୁମାର ଲୁଗୁନ ଏବଂ କୋଚ ସୌକତ ଖାନ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.