Tuesday , March 28 2023
Breaking News
Home / ବିଶେଷ / କେନ୍ଦ୍ରାପଡା ତହସିଲର  କାର୍ଯ୍ୟାଳୟ ନୂତନ ଗୃହ ଉଦଘାଟିତ

କେନ୍ଦ୍ରାପଡା ତହସିଲର  କାର୍ଯ୍ୟାଳୟ ନୂତନ ଗୃହ ଉଦଘାଟିତ

କେନ୍ଦ୍ରାପଡ଼ା, ୨୩/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟର ନୂତନ ଗୃହ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ନିମନ୍ତେ ମଧ୍ୟ ଏକ ନୂତନ ତିନିମହଲା ବିଶିଷ୍ଟ ସରକାରୀ କ୍ୱାଟର ଉଦଘାଟିତ ହୋଇଛି । କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉଭୟ ସରକାରୀ କାର୍ଯ୍ୟାଳୟ ଗୃହ ଓ କ୍ୱାଟରକୁ ଉଦଘାଟନ କରିଛନ୍ତି । ଦୁଇ ମହଲା ବିଶିଷ୍ଟ ତହସିଲ କାର୍ଯ୍ୟାଳୟର ନୂତନ ଗୃହଟି ସାଂସଦ ପାଣ୍ଠି ରୁ ମଞ୍ଜୁର ହୋଇଥିବା ୮୮ଲକ୍ଷ, ୫୫ହଜାର ୧୯୪ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା କେନ୍ଦ୍ରାପଡା ପୂର୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ ପ୍ରଦୀପ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି । ସେହିଭଳି କେନ୍ଦ୍ରାପଡା ପୈାରାଂଚଳ  ଅନ୍ତର୍ଗତ ମନକରପୁର ଏଲ.ଆଇ.ସି. କଲୋନୀ ପରିସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ଏକ ତିନି ମହଲା ବିଶିଷ୍ଟ କ୍ୱାଟର ମଧ୍ୟ ଉଦଘାଟିତ ହୋଇଛି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ତହସିଲଦାର ହେମଲତା ବାହାଲିଆ, କେନ୍ଦ୍ରାପଡା ପୂର୍ତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ  ମହାନ୍ତି, ଉପନିର୍ବାହୀ ଯନ୍ତ୍ରୀ ଇଂ ବିଜୟାନନ୍ଦ ଦାସ, କନିଷ୍ଠ ଯନ୍ତ୍ରୀ ଇଂ ପ୍ରସନ୍ନ କୁମାର ସାମଲ, ସାଂସଦଙ୍କ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ମହେନ୍ଦ୍ର ମିଶ୍ର, ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ଦାସ, ଧିରେନ ସାହୁ, କାଳି ପ୍ରସାଦ ମିଶ୍ର, ହିରଣ୍ୟ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।   ଓଡ଼ିଶା ସମାଚାର

Leave a Reply

Your email address will not be published.