Wednesday , December 1 2021
Breaking News
Home / ବିଶେଷ / ଅସହାୟ ପରିବାରଙ୍କୁ ‘ଜନ ସମସ୍ୟା ନିବାରଣ ସଂସ୍ଥାନ’ ର ସହାୟତା

ଅସହାୟ ପରିବାରଙ୍କୁ ‘ଜନ ସମସ୍ୟା ନିବାରଣ ସଂସ୍ଥାନ’ ର ସହାୟତା

ପାରାଦୀପ ୨୩/୦୬/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଳକ ଅନ୍ତର୍ଗତ ପିପଳମାଧବ ଗ୍ରାମର ଚାଷ ଉପରେ ନିର୍ଭରଶୀଳ ଗୟାଧର ଓଝା ଙ୍କ ଏକମାତ୍ର ରୋଜଗାରିଆ ପୁଅ ଅଶୋକ ଏବେ ଅସ୍ତି କର୍କଟ  ରେ ପୀଡିତ । ଡାକ୍ତର ଙ୍କ ଅନୁଯାୟୀ ସେ ସୁସ୍ଥ ହେବା ପାଇଁ ପ୍ରାୟ ପଚାଶ ଲକ୍ଷ ଟଙ୍କା ଆବଶ୍ୟକ । ବାର୍ଦ୍ଧକ୍ୟ ରେ ସାହାରା ପାଇଁ ଆଶା କରିଥିବା ବୃଦ୍ଧ ପିତା ଏବଂ ଆଠ ମାସର ଗର୍ଭବତୀ ସ୍ତ୍ରୀ ର ଦାୟିତ୍ୱ ଅଶୋକଙ୍କ ପାଇଁ ସାଜିଛି ବୋଝ ଉପରେ ଲଳିତା ବିଡା । ସେହିପରି କୁଜଙ୍ଗ ବ୍ଳକ ଅନ୍ତର୍ଗତ ଜହ୍ନପାଳ ଗ୍ରାମର ଗନ୍ଧର୍ବ ଜେନା କୋଭିଡ୍ ରେ ଆକ୍ରମାନ୍ତ ହୋଇ ହସ୍ପିଟାଲ ରୁ ନିଖୋଜ ହୋଇଯାଇଛନ୍ତି । ସେ ଥିଲେ ତାଙ୍କ ପରିବାର ର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ତାଙ୍କ ବୃଦ୍ଧା ସ୍ତ୍ରୀ ଏବଂ ଅବିବାହିତ ଝିଅ ହସ୍ପିଟାଲ ଓ ଥାନା କୁ ଦଉଡି ଦଉଡି ଏପର୍ୟ୍ୟନ୍ତ ଗନ୍ଧର୍ବଙ୍କ ପତା ପାଇନଥିବା ବେଳେ ସେ ଜୀବିତ ନା ମୃତ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ତାଙ୍କ ଅନୁପସ୍ଥିତରେ ମା ଓ ଝିଅ ଚଳିବା କଷ୍ଟକର ହୋଇ ପଡିଛି ।  ଏପରି ଦୁଃଖଦ ଘଟଣା ଜାଣିଲା ପରେ ଜନ ସମସ୍ୟା ନିବାରଣ ସଂସ୍ଥାନ ପକ୍ଷରୁ ସମାଜସେବୀ ସ୍ନେହମୟୀ ଆଚାର୍ୟ୍ୟ ଙ୍କ ସହଯୋଗରେ ସମସ୍ତ ସଦସ୍ୟମାନେ ଗନ୍ଧର୍ବ ଜେନାଙ୍କ ଘରେ ପହଂଚି ତାଙ୍କୁ ଦୁଇ ମାସର ରାସନ ସାମଗ୍ରୀ ସହିତ ଆର୍ଥିକ ସହାୟତା କରିଥିଲେ । ସେହିପରି କର୍କଟ ରୋଗରେ ପୀଡିତ ଅଶୋକ ଓଝାଙ୍କୁ ଆଠ ହଜାର ଟଙ୍କା ସାହାଯ୍ୟ କରାଯାଇଥିବା ବେଳେ ଆଗାମୀ ଦିନରେ ଅଧିକ ଆର୍ଥôକ ସହାୟତା ପାଇଁ ପ୍ରତିଶୃତି ଦିଆଯାଇଥିଲା । ଏହି ପରିବାରଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ସଂଗଠନ ପକ୍ଷରୁ ସମସ୍ତ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସହୃଦୟ ବ୍ୟକ୍ତି ମାନଙ୍କୁ ଅନୁରୋଧ କରାଯାଇଛି । ଏହି ସହାୟତା କାର୍ୟ୍ୟକ୍ରମରେ ସଂସ୍ଥାନ ର ଜିଲ୍ଲା ସଭାପତି ରମାକାନ୍ତ ଜେନା, ସଂପାଦକ ପ୍ରଦୀପ ଚୁଳି, ସାଧାରଣ ସଂପାଦକ ହିମାଂଶୁ ପରିଡା, ପାରାଦ୍ୱୀପ ଶାଖାର ଯୁବ ସଭାପତି ରିଚାର୍ଡ ରମଣ ବିଶ୍ୱାଳ ଏବଂ ଦୁଷ୍ମନ୍ତ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ ଜେନାଙ୍କ ବିୟୋଗରେ ସାହିତ୍ୟ ସଂସଦର ଶୋକସଭା

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ବରିଷ୍ଠ ଆଇନଜୀବୀ ସଚ୍ଚିଦାନନ୍ଦ ମହାନ୍ତି ଓ ପ୍ରଫେସର ନାରାୟଣ …

Leave a Reply

Your email address will not be published. Required fields are marked *