Wednesday , December 1 2021
Breaking News
Home / ବିଶେଷ / Odisha Breaking News : ପୋଲିସ- ମାଓବାଦୀ ଗୁଳିବିନିମୟ:ବିପୁଳ ପରିମାଣର ସାମଗ୍ରୀ ଜବତ: କମ୍ବିଙ୍ଗ ଅପରେସନ ଜୋରଦାର 

Odisha Breaking News : ପୋଲିସ- ମାଓବାଦୀ ଗୁଳିବିନିମୟ:ବିପୁଳ ପରିମାଣର ସାମଗ୍ରୀ ଜବତ: କମ୍ବିଙ୍ଗ ଅପରେସନ ଜୋରଦାର 

କନ୍ଧମାଳ, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଜଙ୍ଗଲରେ ସୋମବାର ରାତ୍ର କାଳୀନ କମ୍ବିଙ୍ଗ ବେଳେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ l ଫଳରେ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟଧରି ଗୁଳି ବିନିମୟ ହୋଇଥିଲା l ହେଲେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ମାଓବାଦୀ ମାନେ ଖସି ପଳାଇଥିଲେ l ତେବେ ସର୍ଚ୍ଚ  ଅପରେସନ ବେଳେ ସୁରକ୍ଷାକର୍ମୀମାନେ ବହୁ ମାଓ ସାମଗ୍ରୀ ଜବତ କରିଥିବା ନେଇ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି । ଜବତ ମାଓ ସାମଗ୍ରୀ ମଧ୍ୟରେ ବନ୍ଧୁକ, ଗୁଳି ଗୋଳା ସମେତ ମାଓ ପୋଷାକ, ବ୍ୟାଟେରୀ ,ମାଓ ପୁସ୍ତିକା, ମେଡିସିନ, ଡିଟୋନେଟର,ତାର, ଛତା, ଆସବାବ ପତ୍ର ଆଦି ରହିଥିବା ଏସପି ବିନିତ ଅଗ୍ରୱାଲ ପ୍ରକାଶ କରିଛନ୍ତି ।କନ୍ଧମାଳ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେଜିଲ୍ଲାରେ ପ୍ରତ୍ୟହ କିମ୍ବିଙ୍ଗ ଅପରେସନ ଜାରି ରହିବା ଫଳରେ ମାଓ କାର୍ଯ୍ୟକଳାପ ସଂପୂର୍ଣ୍ଣ ହ୍ରାସ ପାଇଥିବା କୁହାଯାଉଛି । ଓଡିଶା ସମାଚାର

About admin

Check Also

ସମାଜସେବୀ ବୃନ୍ଦାବନ ଦାସଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳୀ ସଭା 

କେନ୍ଦ୍ରାପଡ଼ା, ୩୦/୧୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଂଚାୟତର ସମାଜସେବୀ ସ୍ୱର୍ଗତ ବୃନ୍ଦାବନ ଦାସ (ବାଜିଆ)ଙ୍କ ଏକାଦଶାହ ଅବସରରେ …

Leave a Reply

Your email address will not be published. Required fields are marked *