କେନ୍ଦ୍ରାପଡ଼ା,୨୨/୦୬/୨୦୨୧(ଓଡ଼ିଶା ସମାଚାର)- ହତ୍ୟାକାରୀଙ୍କୁ ଗିରଫ କରାନଗଲେ ଗ୍ରାମବାସୀମାନେ ଡେରାବିଶ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ଥାନା ଅନ୍ତର୍ଗତ ଛଚିଣା(ମିର୍ଜାପାଟଣା)ଗ୍ରାମର ବାନାମ୍ବର ଦାସଙ୍କ ପୁଅ ମହେନ୍ଦ୍ର ଦାସ(୩୫)ଙ୍କୁ ଗତ ମଇଁମାସ ୨୯ତାରିଖ ରାତିରେ କେହି ଦୁର୍ବୃତ ନିର୍ମମ ଭାବରେ ହତ୍ୟାକରି ତାଙ୍କ ଘର ପଛ ପାଖରେ ପକାଇ ଦେଇଥିଲେ । ପରଦିନ ଏସମ୍ପର୍କରେ ଡେରାବିଶ ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବା ସହ ଶବ ବ୍ୟବଛେଦ ପାଇଁ ପଠାଇଥିଲେ । ପରବର୍ତି ସମୟରେ ପୋଲିସ କେବଳ ଏକ ମାମଲା ରୁଜୁ କରି ହାତବାନ୍ଧି ବସିଯିବାରୁ ମୃତକଙ୍କ ପତ୍ନୀ ଝୁନୁମଇ ଦାସ ଥାନାରେ ପୁନଃଶ୍ଚ ଏକ ଅଭିଯୋଗ କରିବା ସହ ଗ୍ରାମବାସୀମାନେ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଅଭିଯୋଗ କରିବା ପରେ ଆରକ୍ଷୀ ଅଧିକ୍ଷକ ଘଟନାସ୍ଥଳକୁ ଯାଇ ତଦନ୍ତ କରି କେତେକ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଥାନାକୁ ନିଆଯାଇ ପଚରାଉଚୁରା କରାଯାଇଥିଲା । କିନ୍ତୁ ଏହାମଧ୍ୟରେ ୨୩ଦିନ ବିତିଥିଲେ ବି ସଂପୃକ୍ତ ଘଟଣାର ଅଭିଯୁକ୍ତଙ୍କୁ ଗିରଫ କରାଯାଇନଥିବାରୁ ଗ୍ରାମବାସୀମାନେ ଏହାର ପ୍ରତିବାଦରେ ଡେରାବିଶ ଥାନା ସମ୍ମୁଖରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମବାସୀଙ୍କ ପକ୍ଷରୁ ଅଭୟ କୁମାର ମଲ୍ଲିକ,ଭାଗବତ କାଣ୍ଡି, ପ୍ରଦୀପ୍ତ କୁମାର ପୃଷ୍ଟି, ଚନ୍ଦ୍ରଭାନୁ କାଣ୍ଡି, ଗଣ ପ୍ରସାଦ ପୃଷ୍ଟି ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର