କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ବିରମିତ୍ରପୁର ଏନ.ଏ.ସି.ରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଅବସର ନେଇଥିବା ପ୍ରେମାନନ୍ଦ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ସତୁରୀ ଦଶକ ପା୍ରରମ୍ଭରେ ଅବସର ନେଇଥିବା ସ୍ୱର୍ଗତ ପରିଡା ନିଜ ଜନ୍ମମାଟି ଆଳି ବ୍ଲକର ଅଙ୍ଗାରଖ ଗ୍ରାମରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ପ୍ରାକ୍ତନ ସାଂସଦ ଦିବଂଗତ ଶରତ ଦେବଙ୍କର ଅତ୍ୟନ୍ତ ପ୍ରିୟ ଥିଲେ । ପଦ ପଦବୀ ପାଇଁ ଆଦୌ ମୋହ ରଖିନଥିବା ସ୍ୱର୍ଗତ ପରିଡା ନିଜର ପୁଅକୁ ମଧ୍ୟ ଜନତାଦଳ ଓ ପରେ ବିଜେଡିର ସକ୍ରୀୟ ସଭ୍ୟ କରାଇ ଜନସାଧାରଣଙ୍କ ସେବା କରିବାକୁ ପ୍ରେରିତ କରିଥିଲେ । ଅତ୍ୟନ୍ତ ମିଷ୍ଟଭାଷୀ, ପରୋପକାରୀ ମଣିଷ ସ୍ୱର୍ଗତ ପ୍ରେମାନନ୍ଦ ବାବୁ ବିନ୍ଦାଶ ଜୀବନଚର୍ଯ୍ୟା ପାଇଁ ସର୍ବତ୍ର ପରିଚିତ ଥିଲେ । ଗତ ସୋମବାର ତାଙ୍କର ଏକାଦଶାହ ଅବସରରେ କୋଭିଡ କଟକଣା ଅନୁପାଳନ ପୂର୍ବକ ଏହି ମହାନ ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ବିଜୁ ଜନତାଦଳ ଶ୍ରମିକ ସାମ୍ମୁୁଖ୍ୟର ସମ୍ପାଦକ ଡଃ. ଗଦାଧର ମଲ୍ଲିକ, କେନ୍ଦ୍ରାପଡା ଜିଲ୍ଲା ଦଳିତ ସେଲର ସଭାପତି ଦଶରଥ ମଳିକ, ପ୍ରଫେସର ଦାମୋଦର ରାଉଳ, ସମାଜସେବୀ ନିରଞ୍ଜନ ପଟ୍ଟନାୟକ, ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ନୃପଂଚ ପରିଡା, ଭୁବନେଶ୍ୱର ପୌର ନିଗମର ପ୍ରାକ୍ତନ କର୍ପୋରେଟର ଅମରେଶ ଜେନା, ବୈକୁଣ୍ଠ ନାଥ ପ୍ରଧାନ, ଶିକ୍ଷାବିତ୍ ମହେଶ୍ୱର ପ୍ରଧାନ, ଡମ୍ବରୁଧର ଭୂୟାଁ, ଅଶୋକ କୁମାର ମଲ୍ଲିକ, ଗୋଲେଖ ଚନ୍ଦ୍ର ପାତ୍ର ଓ କଳ୍ପତରୁ ମଲ୍ଲିକ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ବଡପୁଅ ଅଲେଖ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର