ଭୁବନ ୨୨/୦୬/୨୦୨୧(ଓଡ଼ିଶା ସମାଚାର)-ଭୁବନରେ ତୃତୀୟାଦେବଜୀୟୁ ଙ୍କ ସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ନିମନ୍ତେ ଆଜି ସଂଧ୍ୟାରେ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମହାମାରୀ କରୋନା ସକାଶେ କେବଳ ପୁରୀ ବ୍ୟତିତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନାହିଁ ବୋଲି ସରକାର ଘୋଷଣା କରିଥିବାରୁ ଭୁବନରେ ମଧ୍ୟ ସରକାରଙ୍କ ନିଷ୍ପତିକୁ ସମର୍ଥନ କରାଯାଇ ପୂର୍ବବର୍ଷ ଭଳି ଚଳିତ ବର୍ଷ ମନ୍ଦିର ପରିସରରେ ସ୍ନାନ ପୂର୍ଣ୍ଣମୀ ଓ ରଥଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଥିଲା । କେବଳ ସେବାୟତ,ଟ୍ରଷ୍ଟ କର୍ମକର୍ତା ଓ ସ୍ୱଳ୍ପ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବିଧି ରକ୍ଷା ନିମନ୍ତେ ମହାପ୍ରଭୁଙ୍କ ନୀତିକାନ୍ତି ସଂପନ୍ନ କରାଯିବ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଆଦ୍ୟସେବକ ରାମଚନ୍ଦ୍ର ରାଉତ,ଉପଦେଷ୍ଟା ଗୋପୀନାଥ ମହାନ୍ତି ଙ୍କ ସମେତ ଟ୍ରଷ୍ଟ ସଦସ୍ୟ ଓ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ଉପରୋକ୍ତ ନିଷ୍ପତି ନେଇଥିଲେ । ଓଡ଼ିଶା ସମାଚାର