କେନ୍ଦ୍ରାପଡ଼ା,୨୨/୦୬/୨୦୨୧(ଓଡ଼ିଶା ସମାଚାର)-ଚଳିତବର୍ଷ ପୁରୀ ବଡଦାଣ୍ଡ ବ୍ୟତିତ ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ରଥଯାତ୍ରା ବନ୍ଦ କରିବା ଷଡଯନ୍ତ୍ର ସ୍ୱରୂପ ଅପାରଗ ରାଜ୍ୟ ସରକାରଙ୍କ ନିଷ୍ପତି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି କେନ୍ଦ୍ରାପଡା ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ପୁରୀ ଭଳି କେନ୍ଦ୍ରାପଡାରେ ବଡ ଠାକୁରଙ୍କ ନୀତିକାନ୍ତିରେ ସମାନ ପରମ୍ପରା ପ୍ରଚଳିତ । ଜିଲ୍ଲାରେ କୋଭିଡ ସଂକ୍ରମଣ ଅପେକ୍ଷାକୃତ କମ ଥିବାବେଳେ ଏବଂ ରଥଯାତ୍ରା ପାଇଁ ଆବଶ୍ୟକ ଭିତିଭୂମି ଥାଇ ମଧ୍ୟ ରାଜ୍ୟ ସରକାର କୋଭିଡ ଆଳ ଦେଖାଇ କେନ୍ଦ୍ରାପଡାରେ ରଥଯାତ୍ରା ବନ୍ଦ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ବିଜେପି କହିଛି । ବିଜେପି ଏହି ଜନବିରୋଧୀ ନିଷ୍ପତି ବିରୁଦ୍ଧରେ ପ୍ରତିବାଦ କରିଆସୁଛି । ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ ସହ ଜିଲ୍ଲାର ସମସ୍ତ ତହସିଲ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଭିଡ ଗାଇଡ ଲାଇନ ପାଳନ କରି ପ୍ରତିକାତ୍ମକ ଧାରଣା ପ୍ରଦର୍ଶନ କରିସାରିଛି । ଏହା ବ୍ୟତିତ କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ରଞ୍ଜିତ କୁମାର ଆଚାର୍ଯ୍ୟଙ୍କ ପକ୍ଷରୁ ଓଡିଶା ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି । ତୁଳସୀକ୍ଷେତ୍ରର ସମସ୍ତ ସେବାୟତ,ଭକ୍ତ ଓ ଜନସାଧାରଣଙ୍କ ଭାବାବେଗ ଓ ଧର୍ମୀୟ ଭାବନାକୁ ଦୃଷ୍ଟିରେ ରଖାଯାଇ ଆସନ୍ତା ୨୪ତାରିଖ ଗୁରୁବାର ଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣମା ତିଥିରେ ରାଜ୍ୟ ସରକାରଙ୍କ ଏତାଦୃଶ ଏକତରଫା ନିଷ୍ପତିି ପ୍ରତିବାଦରେ ଜିଲ୍ଲାର ପ୍ରତ୍ୟେକ ପରିବାରରେ ଇଷ୍ଟଦେବଙ୍କ ପାଖରେ କଳସ ସ୍ଥାପନ କରିବା ସହ ଦୀପଜାଳି ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ କାମନା କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହି ନିଷ୍ପତିକୁ କେନ୍ଦ୍ରାପଡା ଜିଲ୍ଲା ବିଜେପି ଦୃଢ ସମର୍ଥନ ଜଣାଇବା ସହ ଏହି ମହନୀୟ କାର୍ଯ୍ୟକୁ ଜିଲ୍ଲାର ସମସ୍ତ ଜନସାଧାରଣ ଆଦର ପୂର୍ବକ ପାଳନ କରିବାକୁ ବିନମ୍ର ନିବେଦନ କରଥିବା ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି । ଓଡ଼ିଶା ସମାଚାର