କେନ୍ଦ୍ରାପଡ଼ା,୨୨/୦୬/୨୦୨୧(ଓଡ଼ିଶା ସମାଚାର)- ମହାମରୀରେ ଯେତେବେଳେ ଲୋକମାନେ ଭିତତ୍ରସ୍ତ । ରୋଗରେ ଅନେକ ମୃତୁ୍ୟ ବରଣ କରିଥିବା ବେଳେ ଜୀବନ ବଂଚାଇବାକୁ ଲୋକ ଜମିବାଡି, ସୁନା ପ୍ରଭୃତି ବିକ୍ରୀ କରି ସର୍ବସ୍ୱାନ୍ତ ହୋଇପଡିଛନ୍ତି । ବେଡି ଉପରେ କୋରଡା ମାଡ ସଦୃଶ ଲୋକମାନେ ବିଚଳିତ ହୋଇ ଆର୍ଥିକ ଅନଗ୍ରସର ହେବା ସହିତ ସମ୍ପର୍କୀୟଙ୍କୁ ହରାଇ ନିଜର ମାନସିକ ଭାରସାମ୍ୟ ହରାଇ କରୋନା ରୋଗିଙ୍କୁ ଛୁଇଁବାକୁ ଡରୁଛନ୍ତି । ଠିକ ସେତିକି ବେଳେ ଲକ୍ ଡାଉନ, ସଟ୍ ଡାଉନରେ ହଠାତ ଔଷଧ କିଣି ରୋଗୀଙ୍କୁ ଦେବା ବାଟରେ ପୋଲିସ ଦୌରାତ୍ମ୍ୟର ଶୀକାର ହେଉଥିବା ବେଳେ ବଜାରରେ ଜୀବନରକ୍ଷାକାରୀ ଔଷଧର ନକଲି କାରବାରକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ବଜାରରେ ନକଲି ଔଷଧ ରାକେଟ ସକ୍ରୀୟ ହେବା ଘଟଣା ନିଶ୍ଚିତ ରୂପେ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଉତମ ସ୍ୱାସ୍ଥ୍ୟ ସେବା ପରିବର୍ତେ ଓଡିଶା ରାଜ୍ୟରେ ନକଲି ଔଷଧ ବାହାରିବା ଘଟଣା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଜନଶକ୍ତି ପାର୍ଟିର ରାଜ୍ୟ ସଭାପତି ପ୍ରଦୀପ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି । ନଚେତ ଏହି ଘଟଣାକୁ ନେଇ ପାର୍ଟି ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ପାର୍ଟିର ରାଜ୍ୟ ସଭାପତି ଶ୍ରୀ ଦାଶ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଶରତ ସାହୁ,ରମେଶ ଥାଟୋଇ, ସୂର୍ଯ୍ୟମଣୀ ପଣ୍ଡା, ବିବେକ ନାୟକ,ନାରାୟଣ ମଳିକ,ଦିଲ୍ଲିପ ଜେନା,ପରମାନନ୍ଦ ସ୍ୱାଇଁ,ଗିତାଞ୍ଜଳି ସାହୁ,ସୁବାଷ ଚନ୍ଦ୍ର ରାଉତ,ସୁବ୍ରତ ଶେଖର ପଲେଇ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର