କେନ୍ଦ୍ରାପଡ଼ା, ୨୨/୦୬/୨୦୨୧(ଓଡ଼ିଶା ସମାଚାର)- ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏନ୍.ସି.ସି ବାଳିକା ବିଭାଗ ଦ୍ୱାରା ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ ଏହାକୁ ଉଦଘାଟନ କରିବା ସହ ଏଥିରେ ଅଧ୍ୟକ୍ଷତା କରିଥିଲେ । ସେ ନିଜର ବକ୍ତବ୍ୟରେ ମହାମାରୀରେ ଯୋଗର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଉପାଧ୍ୟକ୍ଷ ପ୍ରଫେସର ଗୋପାଳ ଚନ୍ଦ୍ର ବେହେରା ସୁସ୍ଥ ନିରାମୟ ଜୀବନ ପାଇଁ ଯୋଗର ଆବଶ୍ୟକତାକୁ ନିଜର ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ । ଏନ୍.ସି.ସି (ବାଳିକା ବିଭାଗ)ର ଆସୋସିଏଟ୍ ଏନ୍.ସି.ସି ଅଫିସର ଲେପ୍ଟନାଂଟ ସୀମା ମହାନ୍ତି ଅତିଥି ପରିଚୟ ଦେଇଥିଲେ । ଏହି ୱେବିନାରରେ ଭୁବନେଶ୍ୱରସ୍ଥିତ ବୃନ୍ଦାବନ ବିହାର ଯୋଗ କେନ୍ଦ୍ରର ଯୋଗଗୁରୁ ଚକ୍ରଧର ସେଠୀ “କୋଭିଡ ମ୍ୟାନେଜମେଂଟ ଓ ଯୋଗ” ବିଷୟରେ ଆଲୋକପାତ କରିଥିଲେ । ଏଥିସହିତ ସେ ବିଭିନ୍ନ ଆସନ ଓ ପ୍ରାଣାୟମ କରି ଯୋଗ ଶିକ୍ଷା ଦେଇଥିଲେ । ଏହି ୱେବିନାରରେ ଅଧ୍ୟାପକ ରଞ୍ଜିିତ କୁମାର ଦାସଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଏନ୍.ସି.ସି କ୍ୟାଡେଟ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ କ୍ୟାଡେଟ ସୁଚରିତା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର