Wednesday , December 8 2021
Home / କ୍ରୀଡ଼ା / ପାରାଦୀପ ବନ୍ଦରାଂଚଳରେ ଯୋଗ ଦିବସ ପାଳିତ

ପାରାଦୀପ ବନ୍ଦରାଂଚଳରେ ଯୋଗ ଦିବସ ପାଳିତ

ପାରାଦୀପ ୨୧/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ବନ୍ଦର ପ୍ରଶାସନ ପକ୍ଷରୁ ସୋମବାର ଦିନ ଆର୍ନ୍ତଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ବନ୍ଦର ଉପାଧ୍ୟକ୍ଷ ଏ.କେ. ବୋଷ ଉଦଘାଟନ କରିଥିଲେ । ବନ୍ଦରର ବରିଷ୍ଠ ଉପ ସଚୀବ ଟି.କେ. ହାଜିରା ଚୌଧୁରୀଙ୍କ ସମେତ ଆର୍ଟ ଅଫ ଲିଭିଙ୍ଗ୍ ର ସଂପାଦକ ଏସ୍.କେ. ସେଠୀ ଓ ଯୋଗ ପ୍ରଶିକ୍ଷକ ତାପସ ରଂଜନ ପତି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପାରାଦୀପ ବନ୍ଦରର ୧୨୦ ଜଣ ଅଧିକାରୀ, କର୍ମଚାରୀ ସେମାନଙ୍କ ପରିବାର ସହିତ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡି ହୋଇ ଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିଆଇଏସ୍ଏଫ୍ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ । ସେହିପରି ମନସା ଚାରୀଟେବୁଲ ଟ୍ରଷ୍ଟ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଗ ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ସଙ୍କଟରେ କଳାହାଣ୍ଡି ର ଧଳାସୁନା  

ଜୁନାଗଡ଼, ୦୭/୧୨/୨୦୨୧(ଓଡ଼ିଶା ସମାଚାର / ରାକେଶ ବେମାଲ)- ବାତ୍ୟା ଜୱାଦ କେବଳ ଉପକୂଳ ଓଡ଼ିଶା ନୁହେଁ କଳାହାଣ୍ଡି ଜିଲ୍ଲାରେ ମଧ୍ୟ …

Leave a Reply

Your email address will not be published. Required fields are marked *