ନିଶ୍ଚିନ୍ତକୋଇଲି ୨୧/୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା)- କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଅନ୍ତର୍ଗତ ଓଡ଼ଖଣ୍ଡ ଗାଁର ଜିତୁନ କୁମାର ଦାସ ଗତ ୨ବର୍ଷ ହେବ କିଡିନି ରୋଗରେ ପୀଡ଼ିତ ହୋଇ ଚିକତ୍ସାଧୀନ ଅଛନ୍ତି ।ବର୍ତ୍ତମାନ ତାଙ୍କର ଦୁଇଟିଯାକ କିଡିନି ଖରାପ ହୋଇଯାଇଛି।କିନ୍ତୁ ଅର୍ଥ ସାଜିଛି ତାଙ୍କ ର ଚିକିତ୍ସା ପାଇଁ ବଡ଼ପ୍ରତିବନ୍ଧକ। ଜିତୁନ ହେଉଛନ୍ତି ତାଙ୍କ ଘରର ଏକ ମାତ୍ରପୁଅ। ତାଙ୍କ ବାପା ଏବେ ବୟସ ର ଅପରାହ୍ନରେ ଉପନୀତ। ଗାଁ ମୁଣ୍ଡରେ ଏକ ସିମେଣ୍ଟ ନନ୍ଦ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିବା ଜିତୁନ ଙ୍କ ଦେହଖରାପ ଯୋଗୁଁ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ। ଜିତୁନ ଙ୍କ ପରିବାର କହିଲେ ତାଙ୍କ ବାପା,ମା ଓ ତାଙ୍କ ସ୍ତ୍ରୀ ଗୋଟିଏ ପୁଅ ଓ ଗୋଟିଏ ଝିଅ ତାଙ୍କର ଦେହ ଖରାପ ଓ ପରିବାର ପ୍ରତିପୋଷଣ ର ଆର୍ଥିକ ସଙ୍କଟ ଜିତୁନ ଙ୍କ ଚିନ୍ତା କୁ ଆହୁରି ଦ୍ବିଗୁଣିତ କରିଛି। ଜିତୁନ ଙ୍କ ଚିକିତ୍ସା ପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ୧୦ ରୁ ୧୨ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ପ୍ରକାଶ କରିଛନ୍ତି। ତେବେ ଉପଯୁକ୍ତ ଚିକିତ୍ସା ପାଇଁ ସରକାର,ସ୍ୱେଚ୍ଛାସେବୀ ସଗଠନ ଓ ବଦାନ୍ୟ ବ୍ୟକ୍ତି ସହାୟତା
କରିବାକୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଛି । ଏ ସମ୍ପର୍କରେ “ଓଡିଶା ସମାଚାର” ସମେତ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ କରାଯାଇଥିଲା । କିଛି ସାମାଜିକ ସଂଗଠନ ରବିବାର ତାଙ୍କ ବାସଭବନ ମଣିଜଙ୍ଗ ପଞ୍ଚାୟତ ଓଡ଼ଖଣ୍ଡ ରେ ପହଂଚି ଜିତୁନ ଙ୍କୁ ସହାୟତା ର ହାତବଢେଇଛନ୍ତି। ସାଲେପୁରର ସେବା ସ୍ବେଛାସେବୀ ସଂଗଠନ ତାଙ୍କ ପରିବାର କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତାଙ୍କ ପିଲାମାନଙ୍କ ର ପାଠ ପଢ଼ା ବହି ସହିତ ରାସନ ସାମଗ୍ରୀ ମଧ୍ୟ ପ୍ରଦାନ କରିଛନ୍ତି। ସେବା ଅନୁଷ୍ଠାନ ର ଅଧ୍ୟକ୍ଷ ବିକାଶ ପ୍ରଧାନ, ସମ୍ପାଦକ ପର୍ଶୁରାମ ଦୀକ୍ଷିତ, ଉପାଧ୍ୟକ୍ଷ ସୁଭାଶିଷ ରାଉତ, ଅଭିଜିତ ସ୍ୱାଇଁ, ସୋମନାଥ ସାହୁ, ଗଣେଶ୍ୱର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଜିତୁନ ଙ୍କ ପରିବାର କୁ ସହାୟତା କରିବାକୁ ଓଡିଶା ତଥା ଓଡିଶା ବାହାର ସଂଗଠନ ମାନେ ଆଗେଇ ଆସିବାକୁ ସେବା ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି । ଓଡ଼ିଶା ସମାଚାର