Saturday , November 26 2022
Breaking News
Home / ସ୍ୱାସ୍ଥ୍ୟ / ଇଫ୍ କୋ ରେ କର୍ପୋରେଟ୍ କୋଭିଡ୍-୧୯ ଟିକା କେନ୍ଦ୍ର ଉଦଘାଟିତ

ଇଫ୍ କୋ ରେ କର୍ପୋରେଟ୍ କୋଭିଡ୍-୧୯ ଟିକା କେନ୍ଦ୍ର ଉଦଘାଟିତ

ପାରାଦୀପ ୨୧/୦୬/୨୦୨୧(ଓଡ଼ିଶା ସମାଚାର)-ଇଫ୍ କୋ ପାରାଦ୍ୱୀପ ୟୁନିଟ୍ ପରିସରରେ ଏକ କର୍ପୋରେଟ୍ କୋଭିଡ୍-୧୯ ଟିକା ଗ୍ରହଣ କେନ୍ଦ୍ର ସୋମବାର ଦିନ ଉଦଘାଟିତ ହୋଇଯାଇଛି । ସାମ୍ପ୍ରତିକ ମହାମାରୀ ପରିସ୍ଥିତିରେ ପାରାଦ୍ୱୀପ ରେ ପ୍ରଶାସନ ପକ୍ଷରୁ ଦୁଇଟି  ଚିହ୍ନିତ ଟୀକା ଗ୍ରହଣ କେନ୍ଦ୍ର ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ଓ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସାଧାରଣରେ ଟୀକା ପ୍ରଦାନ କରାଯାଉଥିବା ବେଳେ ଇଫ୍ କୋ ଠାରେ ଏହି ଟିକାଗ୍ରହଣ କେନ୍ଦ୍ରରେ ଇଫ୍ କୋ ର କର୍ମଚାରୀମାନେ ଟୀକା ଗ୍ରହଣ କରିବା ଦ୍ୱାରା ଉପରୋକ୍ତ ଦୁଇ ଟୀକା ଦାନ କେନ୍ଦ୍ରରେ କିଛିଟା ଗହଳି ଓ ଚାପ କମିବାର ଆଶା କରାଯାଏ । କରୋନା ସଂକ୍ରମଣ ର ଦ୍ୱିତୀୟ ତରଙ୍ଗ ରେ ବହୁ ଲୋକ ସଂକ୍ରମିତ ଓ ମୃତୁ୍ୟମୁଖରେ ପଡିଥିବା ବେଳେ, ଇଫ୍ କୋ ଦ୍ୱାରା ପ୍ରତିଷ୍ଠିତ ଏହି ଟୀକାକରଣ କେନ୍ଦ୍ର ସଠିକ ସମୟରେ ସ୍ଥାପିତ ହୋଇଛି । ଏହି ଟୀକାଗ୍ରହଣ କେନ୍ଦ୍ର ଇଫ୍ କୋର ସମସ୍ତ କର୍ମଚାରୀ ଓ ୧୮ ବର୍ଷରୁ ଉଦ୍ଧ୍ୱର୍ ପରିବାର ବର୍ଗଙ୍କୁ ଉପକୃତ ହେବେ । ଏହି ଟୀକାକରଣ କେନ୍ଦ୍ରକୁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରମା କେଶରୀ ମହାପାତ୍ର ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇଫ୍ କୋ ପାରାଦ୍ୱୀପ ୟୁନିଟ୍ ମୁଖ୍ୟ ଏବଂ ବରିଷ୍ଠ କାର୍ଯ୍ୟକାରୀ ନିର୍ଦ୍ଧେଷକ କେ.ଜେ.ପଟେଲଙ୍କ ସମେତ, ଜଗତସିଂହପୁର ସିଡିଏମ୍ଓ ଡା. ବିଜୟା ପଣ୍ଡା, ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡ. କାହ୍ନୁ ଚରଣ ଧୀର, ଇଫ କୋ ଜିଏମ୍ ଏ.କେ.ମଲ୍ଲ, ଡା.ପୁଷ୍ପା ମହାନ୍ତି, ଏଚଆର୍ ଡିଜିଏମ୍ ଜ୍ଞାନ ଚାନ୍ଦ ଆଚାର୍ଯ୍ୟ, ପ୍ରଶାସନିକ ଅଧିକାରୀ ପ୍ରଶନ୍ନ କୁମାର ବେଉରାଙ୍କ ସମେତ ଇଫକୋ ଅଫିସର୍ସ ସଂଘ ଓ କର୍ମଚାରୀ ୟୁନିଅନର ସଭାପତି ଓ ସାଧାରଣ ସଂପାଦକ ପ୍ରମୁଖ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.