ଗରଦପୁର,୨୧/୦୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ପାଖଡ଼ ପଂଚାୟତସ୍ଥିତ ଶିତଳପାଟଣା ଗ୍ରାମର ଶିତଳେଶ୍ୱର ମହାଦେବ ପ୍ରାଙ୍ଗଣରେ ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇ ଯାଇଛି । ଗରଦପୁର ପାତଂଜଳୀ ଯୋଗ ସମିତି ର ସଭାପତି ଦେବ କୁମାର ପାଣି ଙ୍କ ଅଧ୍ୟକ୍ଷତାରେ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା । ଯୋଗଗୁରୁ ଶ୍ରୀ ପାଣି ବିଭିନ୍ନ ଆସନ ଓ ପ୍ରାଣାୟମ କରି ଶିବିରାର୍ଥୀ ମାନଙ୍କୁ ଯୋଗ ଶିକ୍ଷା ଦେବା ସହିତ ସୁସ୍ଥ ନିରାମୟ ଜୀବନ ଜିଇବା ପାଇଁ ପ୍ରତ୍ୟେକ ଯୋଗ ଅଭ୍ୟାସ କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ଏହି ଶିବିରରେ ପ୍ରକୃତି ବନ୍ଧୁ ଦ୍ୱାରିକାନାଥ ସେନାପତି, ପରିକ୍ଷିତ ଦାସ , ସମାଜସେବୀ ଉଦୟନାଥ ଚୌଧୁରୀ,ଶିଶିର କୁମାର ପରିଡ଼ା,ପର୍ଶୁରାମ ସେନାପତି, ବିଜୟ କୁମାର ବାରିକ, ଯଦୁମଣି ମୁଦୁଲି, ରାଜଲକ୍ଷ୍ମୀ ପଣ୍ଡା, ବାଦଲ ଦାସ , ଆଦିତ୍ୟ ଦାସ, ତାପସ ଦାସ, ବିଜୟ କୁମାର ଆଚାର୍ଯ୍ୟ, ଅଭିମନ୍ୟୁ ଦାସ, ଗଙ୍ଗାରାମ ଦାସ ପ୍ରମୁଖ ଉପସ୍ଥିତ ହୋଇ ଯୋଗ ଅଭ୍ୟାସ କରିଥିଲେ । ଓଡ଼ିଶା ସମାଚାର