Friday , September 29 2023
Breaking News
Home / ସ୍ୱାସ୍ଥ୍ୟ / ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ପୃଥକ ଶ୍ୱାସକି୍ରୟା ସଂକ୍ରମଣ ୱାର୍ଡର ଭୁମିପୂଜନ

ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟରେ ପୃଥକ ଶ୍ୱାସକି୍ରୟା ସଂକ୍ରମଣ ୱାର୍ଡର ଭୁମିପୂଜନ

ପାରାଦ୍ୱୀପ ୨୦/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟରେ କୋଭିଡ୍-୧୯ ଦ୍ୱିତୀୟ ତରଙ୍ଗ ଦୃଷ୍ଟିରୁ କରୋନା ସଂକ୍ରମିତ ରୋଗିଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବା ଲକ୍ଷ୍ୟ ରେ ପାରାଦ୍ୱୀପ ବନ୍ଦର ଚିକିତ୍ସାଳୟ ପରିସରରେ ପୃଥକ ଭାବେ ଶ୍ୱାସକି୍ରୟା ସଂକ୍ରମଣ ୱାର୍ଡର ଭୂମୀ ପୂଜନ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷଙ୍କ ସମେତ ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା, ମୁଖ୍ୟଯନ୍ତ୍ରୀ ମଳୟ ଦାସଗୁପ୍ତା, ବନ୍ଦର ଚିକତ୍ସାଳୟର ଡାକ୍ତର ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଟାଟା ଷ୍ଟିଲର ମିଳିତ ଉଦ୍ୟୋଗ କମ୍ପାନୀ  ଟିଏମଆଇଏଲଏଲ୍  ବନ୍ଦର ଚିକିତ୍ସାଳୟ କୁ ଯନ୍ତ୍ରପାତି ଯୋଗାଣ ସହ ଦୁଇଟି ଅମ୍ଳଜାନ କନ୍ସେଟ୍ରେଟର ଦାନ କରିଛି, ଯାହା ହସ୍ପିଟାଲରେ ଉପଲବ୍ଧ ଥିବା ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ସେବା ସୁବିଧାକୁ ବୃଦ୍ଧି କରିବ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *