Monday , September 25 2023
Breaking News
Home / ବିଶେଷ / କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି । ଜଣେ ମହିଳା ଓ ଜଣେ ପୁରୁଷ । ମିଳିଥିବା ସୂଚନା ଅନୁସାରେ ଏହି ପଂଚାୟତ ର ତେଣ୍ଡାକୁଡ଼ା କଟକିଆ ମହଲାର ସୟଦ ଖୁର୍ସିଦ ଆଲମ ଙ୍କ ପତ୍ନୀ ଅଖତରୀ ଖାନମ୍ କଟକ ଜଗତପୁରସ୍ଥିତ ସଦଗୁରୁ କୋଭିଡ଼ ହସପିଟାଲ ରେ ଚିକିତ୍ସାଧିନ ଥିବାବେଳେ ଗତ ୧୮ ତାରିଖରେ ମୃତ୍ୟୁ ବରଣ କରିଥିଲେ । ସେହିପରି ଏହି ପଂଚାୟତ ଅନ୍ତର୍ଗତ ସାନନୟନପୁର ଗ୍ରାମର ସୁଧୀର ଦଳାଇ ସମ୍ କୋଭିଡ଼ ହସପିଟାଲ ରେ ଚିକିତ୍ସାଧିନ ଥିବାବେଳେ ୧୯ ତାରିଖ ରେ ସେ ମୃତ୍ୟୁ ବରଣ କରିଛନ୍ତି । ସୁଧୀର ଗତ ମଇଁ ମାସ ୨୮ ତାରିଖରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କେନ୍ଦ୍ରାପଡ଼ା ଜିଲା ଛତା ସ୍ଥିତ କୋଭିଡ଼ ହସପିଟାଲ ରେ ଚିକିତ୍ସାଧିନ ଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଗତ କିଛି ଦିନ ତଳେ ତାଙ୍କୁ ଭୁବନେଶ୍ୱର ସମ୍ କୋଭିଡ଼ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ୩ ଦିନ ତଳେ ସୁଧୀର ଙ୍କ ପତ୍ନୀ ନୀରୂପମା ଭୁବନେଶ୍ୱର ସମ୍ କୋଭିଡ଼ ହସପିଟାଲକୁ ଯାଇ ସ୍ୱାମୀ ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବାକୁ ଯାଇଥିଲେ ହେଲେ ସ୍ୱାମୀଙ୍କ ସମ୍ପର୍କରେ କୌଣସି ସୂଚନା ନପାଇ ଘରକୁ ଫେରିଆସି ଗାଁ ର ଗ୍ରାମ ଦେବତୀ ବାସୁଳେଇ ଙ୍କ ନିକଟରେ ନଖାଇ ପିଇ ପରେହି ପଡ଼ିଥିଲେ । ଏ କଥା ଖବର ପାଇ ନୀରୂପମା ଙ୍କ ଭଉଣୀ ଓ ଭିଣେଇ ଆସି ତାଙ୍କ ଘରେ ପହଂଚିଥିଲେ । ଗ୍ରାମବାସୀ କିମ୍ବା ଭଉଣୀ ଭିଣେଇ ଙ୍କ କଥା ନଶୁଣି ନଖାଇ ନପିଇ ଗ୍ରାମ ଦେବତୀ ବାସୁଳେଇ ଙ୍କ ନିକଟରେ ସେମିତି ପରେହି ପଡ଼ିଥିଲେ । ଶନିବାର ରାତି ପ୍ରାୟ ସାଢ଼େ ୧୦ ଟାରେ ସମ କୋଭିଡ଼ ହସପିଟାଲ ରେ ଚିକିତ୍ସାଧିନ ଥିବା ସୁଧୀର ଙ୍କ ମୃତ୍ୟୁ ହୋଇଥିବା ହସପିଟାଲ ପକ୍ଷରୁ ସୂଚନା ଆସିଥିଲା । ତେଣୁ ଗ୍ରାମ ଦେବତୀଙ୍କ ପୂଜକ ଙ୍କୁ ଡ଼କାଇ କିଛି ପଣା କରି ନୀରୂପମାକୁ ପିଇବାକୁ ଦେଇ ଘରକୁ ଆସିବାକୁ ଅନୁରୋଧ କରାଯାଇଥିଲା । ନୀରୂପମା ପୂଜକଙ୍କ ଠାରୁ ପଣାପିଇଥିଲେ । ତେବେ ପଣା ପିଇସାରି ସେ ଘରକୁ ଆସିବା ସମୟରେ କିପରି କୌଣସି ପ୍ରକାରେ ଖସିଯାଇ ସ୍ଥାନୀୟ ଅଙ୍ଗନୱାଡ଼ି ଘର ଭିତରପଟୁ କବାଟ ଦେଇ ସ୍ୱାମୀ ସୁଧୀର ଙ୍କ ର ଏକ ଲୁଗା ରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏକଥା ଜାଣିପାରି ଗ୍ରାମବାସୀ ଅଙ୍ଗନୱାଡ଼ି ଘର କବାଟ ଭାଙ୍ଗି ଘର ମଧ୍ୟରୁ ଝୁଲା ଅବସ୍ଥାରେ ନୀରୂପମାକୁ ଜୀବନ୍ତ ଉଦ୍ଧାର କରିଥିଲେ ।
ସୂଚନା ଯୋଗ୍ୟ କି ନୀରୂପମା ସ୍ଥାନୀୟ ଅଙ୍ଗନୱାଡ଼ି ରେ କର୍ମୀ ଭାବେ କାର୍ଯ୍ୟ କରନ୍ତି । ପ୍ରାୟ ୨୫ ବର୍ଷ ରୁ ବେଶି ଦିନ ହେଲା ବାହାଘର ହୋଇଥିଲେ ମଧ୍ୟ ତାଙ୍କର କୌଣସି ସନ୍ତାନ ସନ୍ତତି ନାହାନ୍ତି । ସ୍ୱାମୀ ଙ୍କର କରୋନା ରେ ମୃତ୍ୟୁ ହୋଇଯାଇଥିବା ଜାଣି ଆଉ କାହା ପାଇଁ ବଂଚିବି ଭାବି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ତାଙ୍କ ଭଉଣୀ ଓ ଭିଣେଇ ତାଙ୍କୁ ବୁଝା ସୁଝା କରୁଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *