Monday , November 29 2021
Breaking News
Home / ରାଜନୀତି / କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ 

କନ୍ଧମାଳ ଛାତ୍ର କଂଗ୍ରେସ ତରଫରୁ ରାହୁଲ୍ ଗାନ୍ଧୀଙ୍କ ୫୧ ତମ ଜନ୍ମଦିନ ପାଳନ 

କନ୍ଧମାଳ,୨୦/୦୬/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଛାତ୍ର ମାନଙ୍କର ଆଦର୍ଶ ଅଖିଳ ଭାରତୀୟ ଜାତୀୟ କଂଗ୍ରେସ ର ପୂର୍ବତନ ସଭାପତି ରାହୁଲ୍ ଗାନ୍ଧୀଜୀ ଙ୍କ ୫୧ ତମ ଜନ୍ମଦିନ କୁ କରୋନା ସଚେତନତା ଦିବସ ଓ ସହାୟତା ଦିବସ ଭାବରେ ପାଳନ କରାଯାଇଛି । କନ୍ଧମାଳ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଫୁଲବାଣୀ ସଦର ମହକୁମା ଠାରେ ଅସହାୟ ବୃଦ୍ଧ ବୃଦ୍ଧା  ଏବଂ ଦିନ ମଜୁରିଆ ମାନଙ୍କ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ ସହ କରୋନା ସଚେତନତା କରାଯାଇଥିଲା।ଏହି କାର୍ଯ୍ୟକ୍ରମ କନ୍ଧମାଳ ଛାତ୍ର କଂଗ୍ରେସ ସଭାପତି ଅଂଶୁମାନ ପ୍ରିୟଦର୍ଶନଙ୍କ ନେତୃତ୍ୱରେ ହୋଇଥିବା ବେଳେ ମାନସ ନାୟକ, କେ. ତପନ କୁମାର ସୁବୁଦ୍ଧି, ସମୀର, ଅମରେଶ ଦନ୍ତ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଓଡିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *