ଭୁବନେଶ୍ୱର,୨୦/୦୬/୨୦୨୧(ଓଡ଼ିଶା ସମାଚାର)- ଆମର ଐତିହ୍ୟ, ସଂସ୍କୃତି ତଥା ସାଂକେତିକ ଚିହ୍ନ ଭାବେ ପରିଚିତ ଘୋଡାକୁ ମାଷ୍ଟର କ୍ୟାଂଟିନ ଛକରୁ ସ୍ଥାନାନ୍ତର କରିବା କୌଣସି ସମୟରେ ଗ୍ରହଣୀୟ ନୁହେଁ ବୋଲି ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଘୋର ବିରୋଧ କରିବା ସହିତ ମତ ରଖିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏହିପରି ଚିନ୍ତାଧାରାରୁ ବିରତ ରହିବା ସହିତ ବିକଳ୍ପ ଚିନ୍ତା କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ଆମର କେନ୍ଦ୍ରସ୍ଥଳରେ ଅବସ୍ଥାପିତ ଓ ସରକାରଙ୍କ ସାଂକେତିକ ଚିହ୍ନ ଭାବେ ସମ୍ମାନ ଓ ଗ୍ରହଣୀୟ ହୋଇସାରିଛି । ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ସରକାରଙ୍କୁ ସେ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର
Check Also
ଗୋପବନ୍ଧୁ ନଥିଲେ ପ୍ରାକୃତିକ ବିପର୍ଯ୍ୟୟରରେ ବିପନ୍ନ ଲୋକ ଶେଷ ହୋଇଯାଇଥାନ୍ତେ – ପ୍ରଶାନ୍ତ ମୁଦୁଲି
ରଘୁନାଥପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ବର୍ତମାନ ବନ୍ୟା, ବାତ୍ୟା, ମରୁଡି ଆଦି ବିପର୍ଯ୍ୟୟରେ ବିପନ୍ନ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ୍ରାଫ୍ …