Wednesday , December 1 2021
Breaking News
Home / ତାଜା ଖବର / ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୪୨ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୯/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩୪୨୭ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୫୪ଜଣ ସଙ୍ଗରୋଧ କେନ୍ଦ୍ର ରୁ ଚିହ୍ନଟ ହୋଇଥିବା ବେଳେ ୧୪୭୩ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩୮ଜଣ, ବାଲେଶ୍ୱର ଜିଲ୍ଲାରୁ ୨୬୧ଜଣ, ବରଗଡ଼ ଜିଲ୍ଲାରୁ ୫୨ଜଣ, ଭଦ୍ରକ ଜିଲ୍ଲାରୁ ୧୩୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୪୦ଜଣ, ବୌଦ୍ଧ ଜିଲ୍ଲାରୁ ୩୧ଜଣ, କଟକ ଜିଲ୍ଲାରୁ ୩୯୬ଜଣ, ଦେଓଗଡ଼ ଜିଲ୍ଲାରୁ ୨୨ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୮ଜଣ, ଗଜପତି ଜିଲ୍ଲାରୁ ୨୭ଜଣ, ଗଞ୍ଜାମ ଜିଲ୍ଲାରୁ ୨୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୦୮ଜଣ, ଯାଜପୁର ଜିଲ୍ଲାରୁ ୨୮୫ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୦ଜଣ, କଳାହାଣ୍ଡି ଜିଲ୍ଲାରୁ ୩୫ଜଣ, କନ୍ଧମାଳ ଜିଲ୍ଲାରୁ ୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୧୧ଜଣ, କେନ୍ଦୁଝର ଜିଲ୍ଲାରୁ ୪୭ଜଣ, ଖୋର୍ଦ୍ଧାରୁ ୫୫୩, କୋରାପୁଟ ଜିଲ୍ଲାରୁ ୭୨ଜଣ, ମାଲକାନଗିରି ଜିଲ୍ଲାରୁ ୩୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୦ଜଣ, ନୟାଗଡ଼ ଜିଲ୍ଲାରୁ ୧୪୨ଜଣ, ନୂଆପଡ଼ା ଜିଲ୍ଲାରୁ ୨୦ଜଣ, ପୁରୀ ଜିଲ୍ଲାରୁ ୨୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୯୪ଜଣ, ସମ୍ବଲପୁର ଜିଲ୍ଲାରୁ ୩୨ଜଣ, ସୋନପୁର ଜିଲ୍ଲାରୁ ୩୦ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୮ଜଣ, ଷ୍ଟେଟ ପୁଲ୍ ରୁ ୮୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୩୯୨୫ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬, କଟକ, ଝାରସୁଗୁଡା, ପୁରୀ ଓ ସୁନ୍ଦରଗଡରୁ ୪ ଜଣ ଲେଖାଏଁ, କେନ୍ଦ୍ରାପଡା, ବାଲେଶ୍ଵର ଓ କୋରାପୁଟରୁ ୩ ଜଣ ଲେଖାଏଁ, ଅନୁଗୁଳ, ମାଲକାନଗିରି, ମୟୂରଭଞ୍ଜ ଓ ନୂଆପଡାରୁ ୨ ଜଣ ଲେଖାଏଁ, କଳାହାଣ୍ଡି, ରାୟଗଡା, ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୫୦କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୩୯୨୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୯୮୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୫୦ ଓ ୫୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ୪୦୪୭୧ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ ଥିବା ବେଳେ ଏବେ ସୁଦ୍ଧା ରାଜ୍ୟରେ ୧୩୦୨୮୮୧୭ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

ବିଦ୍ୟୁତ ଖୁଣ୍ଟରେ ପିଟିହୋଇ ବାଇକ ଚାଳକ ମୃତ

ଭୁବନ,୨୯/୧୧/୨୦୨୧(ଓଡ଼ିଶା ସମାଚାର)- ଆଜି ସକାଳ ୮ ଘଟିକା ସମୟରେ ଜଣେ ବାଇକ ଚାଳକ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟିହୋଇ …

Leave a Reply

Your email address will not be published. Required fields are marked *