Tuesday , December 7 2021
Breaking News
Home / ବିଶେଷ / ୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

୩୦ଗ୍ରାମ୍ ବ୍ରାଉନ ସୁଗାର ଜବତ କଲା ପାରାଦୀପ ଅବକାରୀ ଥାନା- ଅଭିଯୁକ୍ତ କୋର୍ଟ ଚାଲାଣ

ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାରାଦୀପ ଅବକାରୀ ଥାନା ଓ କୁଜଙ୍ଗ ପୋଲିସ ମିଳିତ ଭାବେ କୁଜଙ୍ଗ ମାଛ ବଜାରରେ ଚଢାଉ କରି ୩୦ଗ୍ରାମ୍ ବ୍ରାଉନ ସୁଗାର ସହିତ ଜଣକୁ ଗିରଫ କରିଛି । ସୁଚନା ମୁତାବକ ପାରାଦ୍ୱୀପ ତଥା ଆଖପାଖ ଅଂଚଳରେ ବ୍ରାଉନ ସୁଗାର ଓ ଚୋରା ମଦ କାରବାର ବୃଦ୍ଧି ପାଉଥିବାରୁ ଗତ ୩ମାସ ମଧ୍ୟରେ ପାରାଦ୍ୱୀପ ଅବକାରୀ ଥାନା ପାରାଦ୍ୱୀପ ଓ କୁଜଙ୍ଗ ଅଂଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ବ୍ରାଉନ ସୁଗାର ଓ ଚୋରା ମଦ ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଶୁକ୍ରବାର ସକାଳ ୭ଟା ସମୟରେ ଖବର ପାଇ କୁଜଙ୍ଗ ପୋଲିସ ଓ ପାରାଦ୍ୱୀପ ଅବକାରୀ ଥାନା ମିଳିତ ଭାବେ ଚଢାଉ କରି କୁଜଙ୍ଗ ମାଛ ନିକଟରେ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଠାରୁ ୩୦ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ କୁଜଙ୍ଗ ଅଂଚଳର ଅକ୍ଷୟ କୁମାର ନାଥ ବୋଲି ଜଣାପଡିଛି । ଜବତ ହୋଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୪ ରୁ ୫ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଥାନା ଅଧିକାରୀ ପ୍ରଭାକର ସେଠୀ ସୂଚନା ଦେଇଛନ୍ତି । ତେବେ ଜଗତସିଂହପୁର ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଅବକାରୀ ସୁପରଟେେଟଙ୍କ ନିର୍ଦ୍ଧେଶ କ୍ରମେ ପାରାଦ୍ୱୀପ ଓ କୁଜଙ୍ଗ ଅଂଚଳରେ ବୃଦ୍ଧି ପାଉଥିବା ବ୍ରାଉନ ସୁଗାର ଓ ଚୋରା ମଦକୁ ରୋକିବା ପାଇଁ ଅବକାରୀ ବିଭାଗର ଛାନଭିନ୍ ଜାରୀ ରହିଥିବା ବେଳେ ବ୍ରାଉନ ସୁଗାରର ମୁଖ୍ୟ କିଙ୍ଗପିନ ଖୁବ ଶିଘ୍ର ଧରାଯିବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

  ଜଗତସିଂହପୁର ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ ଦିବସ ପାଳିତ

ଜଗତସିଂହପୁର ୦୬/୧୨/୨୦୨୧(ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ରିଜର୍ଭ ପୋଲିସ ପ୍ୟାରେଡ୍ ଗ୍ରାଉଣ୍ଡ ପୁନଙ୍ଗ ଠାରେ ୫୯ତମ ବାର୍ଷିକ ହୋମ୍ ଗାର୍ଡ …

Leave a Reply

Your email address will not be published. Required fields are marked *