ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତ କଂଗ୍ରେସ କମିଟିର ଯୁବନେତା ନେତା ରାହୁଳ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ଭୁବନ କଂଗ୍ରେସ ତରଫରୁ ଭୁବନ ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ବାରିଜଙ୍ଗ ଗ୍ରାମରେ ଲୋକଙ୍କୁ ମାସ୍କ ଓ ଶୁଖିଲା ଖାଦ୍ୟ ପୁଡିଆ ବକଣ୍ଟନ କରିଥିଲେ । ଭୁବନ ଛାତ୍ର କଂଗ୍ରେସ ସଭାପତି ଦେବାଶିଷ ସାହୁ ଙ୍କ ନେତୃତ୍ୱରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଭୁଦତ ଭଟ୍ଟ,କାମାକ୍ଷାନଗର ବିଧାନସଭା ଯୁବ କଂଗ୍ରେସ ସଭାପତି ବିନୋଦ ମହାରଣା,ବାବୁଲି ପଣଦଡା,ବଳରାମ ପୃଷ୍ଟି,ରାଜ କିଶୋର ପୋଥାଳ,ଲିକୁନ ସାହୁ,ସିଲୁ ସାହୁ,ଅମୁଲ୍ୟ ଚିନରା,ବିକି ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର