ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ୪୫ ବର୍ଷରୁ ଉଦ୍ଧ୍୍ୱର୍ ବୟସ୍କ ବ୍ୟକ୍ତି ମାନଙ୍କୁ ଟୀକାକରଣ କରାଯାଉଛି । ଆଖପାଖ ଅଂଚଳର ଶତାଧିକ ମହିଳା,ପୁରୁଷ ଟୀକାନେବାକୁ ଭିଡ ଜମାଉଥିବାରୁ ସ୍ଥାନୀୟ ଓଡିଶ ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନ ‘ଯୁବ କଳିଙ୍ଗ’ ର ସଦସ୍ୟ ମାନେ ଡାକ୍ତରଖାନାରେ ପହଁଚି ଲୋକଙ୍କୁ ଶୃଙ୍ଖଳାର ସହ ଧାଡିରେ ଛିଡା କରାଇ ଶାନ୍ତିପୂର୍ଣ୍ଣ ଭାବେ ଟୀକା ଦେବାରେ ସାହାଯ୍ୟ କରିଥିଲେ । ଟୀକା ନେବାକୁ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ମହାମାରୀ କରୋନା ସଂପର୍କରେ ସଚେତନ କରାଇବା ସହିତ ମାସ୍କ ଓ ସାନିଟାଇଜର ବଣ୍ଟନ କରିଥିଲେ । ଡ଼ିଶା ସମାଚାର