କେନ୍ଦ୍ରାପଡ଼ା, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଂଚଳରେ କ୍ରୀଡାର ବିକାଶ ସହ ଉଦୀୟମାନ କ୍ରୀଡାବିତ ସୃଷ୍ଟି କରିବା ପାଇଁ ପଟ୍ଟାମୁଣ୍ଡାଇ ଠାରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ରାଜନଗରର ଯୁବ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଥିଲେ । ବିଧାୟକ ଶ୍ରୀ ସାହୁଙ୍କ ଦାବି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ ଶୁକ୍ରବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଭିଡିଓ କନଫରେନ୍ସିଂ ଗୃହରେ ସ୍ୱତନ୍ତ୍ର ଭାବେ କୋଭିଡ ଗାଇଡ ଲାଇନ ଅନୁପାଳନ ପୂର୍ବକ ଅନୁଷ୍ଠିତ ଭିଡିଓକନଫରେନ୍ସିଂ ବୈଠକରେ ସ୍ଥାନୀୟ ଶିକ୍ଷାବୀତ, କ୍ରୀଡାବିତ, ସମାଜସେବୀ ଓ ବିଧାୟକ ଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ ।ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନ ପଟ୍ଟାମୁଣ୍ଡାଇରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୮କୋଟି ଟଙ୍କା ମଞ୍ଜୁର ହୋଇଥିବା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଭିଡିଓକନଫରେନ୍ସିଂ ବୈଠକରେ ରାଜନଗର ବିଧାୟକ ଶ୍ରୀ ସାହୁଙ୍କ ସମେତ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ ସାମଲ,ପ୍ରାକ୍ତନ ଅଧ୍ୟକ୍ଷ ଅଧିକାରୀ ଲକ୍ଷ୍ମୀନାରାୟଣ ଦାଶ, ପ୍ରଫେସର ଦେବବ୍ରତ ପ୍ରଧାନ, ପ୍ରାଧ୍ୟାପକ ମନୋଜ ପରିଡା, ସାମ୍ବାଦିକ ଅକ୍ଷୟ ସାହୁ, ସମାଜସେବୀ କିଶୋର ସାହୁ, ପ୍ରାକ୍ତନ ପୈାରାଧ୍ୟକ୍ଷ ହେମନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ପତିତପାବନ ଭଦ୍ର, ମିଟୁ ମନୋଜ ନାୟକ, ବୁଢା ଲେଙ୍କା, ସୁମନ୍ତ ପାତ୍ର, କ୍ରୀଡାବିତ ଶେଷଦେବ ନାୟକ, ଦିବ୍ୟଜ୍ୟୋତି ପଣ୍ଡା, ବିଭୁତିଭୂଷଣ ଦାଶ ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ମହିଳା କ୍ରୀଡାବିତ ଦିବ୍ୟଜ୍ୟୋତି ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପାଠ କରିଥିଲେ । ପଟ୍ଟାମୁଣ୍ଡାଇରେ ଏକ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ୮କୋଟି ଟଙ୍କା ମଞ୍ଜୁର କରାଯାଇଥିବାରୁ ବିଧାୟକ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର