Tuesday , March 28 2023
Breaking News
Home / ବିଶେଷ / ଚୋରା ବାଲି ଚାଲାଣ କରୁଥିବା ୪ ଗାଡି ଜବତ, ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଚୋରା ବାଲି ଚାଲାଣ କରୁଥିବା ୪ ଗାଡି ଜବତ, ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ

ଭୁବନ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-କରୋନା ଜନିତ ଲକଡାଉନ,ସଟଡାଉନର ସୁଯୋଗ ନେଇ ମାଫିଆ ମାନେ ସକ୍ରିୟ ହୋଇ ରୀତିମତ ଖଣିଜ ଦ୍ରବ୍ୟ ଚୋରା ଚାଲାଣ କରିବାରେ ଲାଗିଛନ୍ତି । ଭୁବନ ଥାନା ଓ ତହସିଲ ତରଫରୁ ଚଢାଉ କରାଯାଉଥିଲେ ମଧ୍ୟ ମାଫିଆ ମାନେ ସତର୍କତାର ସହିତ ସେମାନଙ୍କର ବେପାର ଚଳାଇଛନ୍ତି । ଗତକାଲି ଦିବା ସାଢେ ୧୧ ଘଟିକା ସମୟରେ ଭୁବନ ତହସିଲ ଅନ୍ତର୍ଗତ ଯମୁନାକୋଟ ଛକରେ ବେଆଇନ ବାଲି ବୋଝେଇ କରି ୨ ଟି ହାଇୱା,ଗୋଟିଏ ଟ୍ରକ ଓ ଗୋଟିଏ ଟ୍ରାକ୍ଟର ଭୁବନ ଆଡକୁ ଆସୁଥିବା ବେଳେ ଅତିରିକ୍ତ ତହସିଲଦାର ମନୋଜ କୁମାର ମାଝି ଙ୍କ ହାବୁଡରେ ପଡିଥିଲେ । ଗାଡିର କାଗଜପତ୍ର ଯାଂଚ କରିବାରୁ ତାହା ବେଆଇନ ବାଲି ଚାଲାଣ ହେଉଥିବା ଧରାପଡିଥିଲା । ୪ ଟି ଗାଡିରୁ ସମୁଦାୟ ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ମାଝି ଙ୍କ ତତ୍ୱାବଧାନରେ ଭୁବନ ଆରଆଇ ସଂଜୟ କୁମାର ଭୋଇ,ଗଡନୃସିଂହପ୍ରସାଦ ଆରଆଇ ଅରବିନ୍ଦ ସାହୁ ଓ ପୋଲିସ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.