ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)- ଲୁଣା ଚିତ୍ରୋତ୍ପଳା ଓ ଚିତ୍ରୋପôଳା ପାଇକା ନଦୀ ଦ୍ୱୀପାଂଚଳର ଉଦବୃତ ଜଳ ନିସ୍କାସନ ପାଇଁ ଗହଗା ପାଟ ବଂଚାଅ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଗରଦପୁର ବ୍ଲକ୍ ନଡ଼ିଆ ବରେଇ ପଂଚାୟତ ଅଧିନସ୍ଥ ଓସ୍ତପୁର ଗ୍ରାମର ମା ଚଣ୍ଡି ଠାକୁରାଣୀଙ୍କ ପ୍ରାଙ୍ଗଣରେ ନ୍ୟାସନାଲ ୱେଲଫେଆର ଟ୍ରଷ୍ଟ ଓ ପାଟକୁରା ପ୍ରଗତୀ ମଂଚର ମିଳିତ ସହଯୋଗରେ ଗହଗା ପାଟ ବଂଚାଅ ଅଭିଯାନ ବ୍ୟାନର ରେ ଏହି ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଆଲୋଚନା ଚକ୍ର ବୈଠକରେ ସମଜେସେବୀ କେଦାରନାଥ ସାମନ୍ତରାୟ ସଭାପତିତ୍ୱ କରିଥିବାବେଳେ ଏଥିରେ ନ୍ୟାସନାଲ ୱେଲଫେୟାର ଟ୍ରଷ୍ଟର ଅଧ୍ୟକ୍ଷ ଆଇନଜିବୀ ଶିବ ପ୍ରସାଦ ସିଂ, ପ୍ରଗତୀ ମଂଚର ସଭାପତି ତଥା ଜିଲାପରିଷଦ ସଭ୍ୟ ସନ୍ତୋଷ ଜେନା ଯୋଗଦେଇ ପାଟକୁରା ର ଦୁଃଖ ଗହଗା ପାଟ ବୋଲି ଅଭିହିତ କରିଥିଲେ । ଲୁଣା ଚିତ୍ରୋପôଳା ଓ ଚିତ୍ରୋପôଳା ପାଇକା ନଦୀ ଦ୍ୱୀପାଂଚଳରେ ଉଦବୃତ ଜଳ ନିସ୍କାସନ ଏକ ଦୀର୍ଘ ମିଆଦି ସମସ୍ୟା ରୂପେ ରହିଥିବାରୁ ତଳିଆ ଅଂଚଳର ୧୭ ଟି ପଂଚାୟତର ଲକ୍ଷାଧିକ କୃଷି ଉପରେ ନିର୍ଭର କରୁଥିବା ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି । ଉଦବୃତ ବର୍ଷା ଓ ବନ୍ୟା ଜଳ ଫସଲ କ୍ଷତିର ମୁଖ୍ୟ କାରଣ ରୂପେ ଠିଆ ହୋଇଛି । ଉଦବୃତ ଜଳ ନିସ୍କାସନ ପାଇଁ ପୂର୍ବରୁ ଥିବା ନାରଣପୁର ସ୍ଲୁଇସ ଓ କୁଳା ସ୍ଲୁଇସ ସେମିତି କିଛି ଲାଭ ଦାୟକ ହୋଇପାରୁନାହିଁ । କୌଣସି ଆଧୁନୀକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ଉଦବୃତ ଜଳକୁ ନିସ୍କାସନ କରିବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ସଂଗଠନ ତରଫରୁ ଦାବି ହୋଇ ଆସୁଛି । ପୂର୍ବରୁ ଏ ସମ୍ପର୍କରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରାଯାଇଛି । କେନ୍ଦ୍ରାପଡ଼ାର ପୂର୍ବତନ ଜିଲାପାଳ ସମର୍ଥ ବର୍ମା କ୍ଷତିଗ୍ରସ୍ତ ଗହଗା ପାଟ ଅଂଚଳ ନିଯେ ବୁଲି ସରକାର ଙ୍କୁ ଏକ ରିପୋର୍ଟ ମଧ୍ୟ ପ୍ରଦାନ କରିଥିଲେ । ଏହି ଅଂଚଳର ଉଦବୃତ ଜଳ ନିସ୍କାସନ ସହିତ କୃଷକ ଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବୈଠକରେ ଦାବି କରାଯାଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ସରପଂଚ ସୁକାନ୍ତ ସାହୁ, ଭୁବନ ମୋହନ ଜେନା, ଗୋପାଳ ଜେନା, ରତିକାନ୍ତ ମହାନ୍ତି, ପ୍ରଫୁଲ ବେଉରା,ପ୍ରତାପ ପରିଡ଼ା ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସେହିପରି ବିଜୟ କୁମାର ସିଂ, ଶୂଦର୍ଶନଦ ନାୟକ, ଯୁଧିଷ୍ଠିର ସ୍ୱାଇଁ, ସୁକାନ୍ତ ରାଉତ, ରାଜେନ୍ଦ୍ର ମହାପାତ୍ର, ତପସ୍ୱିନୀ ୍ଖୁଂଟିଆ, ମାନସ ରଂଜନ ଲେଙ୍କା, ଦେବେନ୍ଦ୍ର କୁମାର ନାୟକ, ପବିତ୍ର ମଳିକ, ରବିନ୍ଦ୍ର ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ନିଜ ନିଜା ମତ ପୋଷଣ କରିଥିଲେ । ଓଡ଼ିଶା ସମାଚାର