Wednesday , December 1 2021
Breaking News
Home / ରାଜନୀତି / କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପି ର ଦାବି

କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ରଥଯାତ୍ରା ପାଇଁ ବିଜେପି ର ଦାବି

ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର କ୍ଷେତ୍ରାଧି ପତି ପ୍ରଭୁ ଶ୍ରୀ ବଳଦେବ ଜୀଉ ଙ୍କ ରଥ ଯାତ୍ରା ଅନୁଷ୍ଠିତ ହେବା ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗରଦପୁର ତହସିଲ ପରିସରରେ ଧରଣା ଦିଆଯାଇଥିଲା ।  ସରକାର ରଥଯାତ୍ରା ବନ୍ଦ ନିଷ୍ପତିର ପୁନର୍ବିଚାର କରିବାକୁ ଏଥିରେ ଦାବି କରାଯାଇଥିଲା ।  କେବଳ ସେବାୟତ ମାନଙ୍କ ଦ୍ୱାରା କୋଭିଡ଼ ନୀୟମ ପାଳନ ପୂର୍ବକ ରଥଯାତ୍ରା କରାଇବାକୁ ଦଳ ତରଫରୁ ଦାବି କରାଯାଇଛି । ଏଥିରେ ପ୍ରତାପ ଚନ୍ଦ୍ର ସ୍ୱାଇଁ, ସ୍ୱରୂପ ରଂଜନ ମହାନ୍ତି, ମାନସ ରଂଜନ ଦାସ, ରବିନ୍ଦ୍ର ଦାସ, ଶ୍ରୀକାନ୍ତ ସେନାପତି, ରଂଜିତ ଆଚାର୍ଯ୍ୟ, ନାରାୟଣ ସ୍ୱାଇଁ , ଧରଣୀଧର ଜେନା, ଜିଲା ପରିଷଦ ସଭ୍ୟ ସନ୍ତୋଷ ଜେନା ପ୍ରମୁଖ ସାମିଲ ହୋଇ ସରକାର ନିସ୍ପତିର ପୁନର୍ବିଚାର ନକଲେ ବିଜେପି ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସୂଚନା ଦିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପଟ୍ଟାମୁଣ୍ଡାଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ କଂଗ୍ରେସ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବ

କେନ୍ଦ୍ରାପଡ଼ା,୨୫/୧୧/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ପୌରାଂଚଳ ଅଧିନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ନାନାଗାର ଓ ପାଇଖାନାକୁ ଭଙ୍ଗାଗଲେ ଯୁବ …

Leave a Reply

Your email address will not be published. Required fields are marked *