ଗରଦପୁର, ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ପାଟକୁରା କଂଗ୍ରେସ ପକ୍ଷରୁ କଂଗ୍ରେସର ପ୍ରାକ୍ତନ ସଭାପତି ରାହୁଳ ଗାନ୍ଧିଙ୍କ ୫୧ତମ ଜନ୍ମ ତିଥି ଆଜି ପାଳନ କରାଯାଇଥିଲା । ଏହି ଅବସରରେ ପାଟକୁରା କଂଗ୍ରେସ ପକ୍ଷରୁ ପାଟକୁରା ର ବିଭିନ୍ନ ଦଳିତ ସାହି ବସ୍ତିରେ ମାସ୍କ ଓ ସାନିଟାଇଜର ବଂଟନ କରାଯାଇଥିଲା । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ କଂଗ୍ରେସ ର ଦେଶ ପାଇଁ ଥିବା ଅବଦାନ ଓ ଆଗାମୀ ଯୋଜନା ସମ୍ପର୍କରେ ଅବତାରଣା କରାଯିବା ସହ କୋଭିଡ଼ କୁ ମୁକାବିଲା କରି ସୁସ୍ଥ ଓ ନିରୋଗ ଜୀବନ ବଂଚିବାକୁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ୍ କଂଗ୍ରେସ ସଭାପତି ଜ୍ୟେତି ରଂଜନ ପରିଡ଼ା,ସଂଗ୍ରାମ ପୃଷ୍ଟି, ନୀରଂଜନ ରାଉତ, ରମାକାନ୍ତ ସ୍ୱାଇଁ, ପ୍ରଦୀପ ଲେଙ୍କା, ରଂଜନ ପରିଜା, ପ୍ରଦୀପ ମହାରଣା, ଫକୀର ଲେଙ୍କା, ଅଜୟ କୁମାର ମଲିକ ଓ ଅଶୋକ କୁମାର ଲେଙ୍କା ପ୍ରମୁଖ ସହଯୋଗ କରିଥିଲେ । ଓଡ଼ିଶା ସମାଚାର