ପାରାଦ୍ୱୀପ ୧୯/୦୬/୨୦୨୧(ଓଡ଼ିଶା ସମାଚାର)-ସଂପ୍ରତି କରୋନା ମହାମାରୀ ର ସୁଯୋଗ ରେ ଏବେ ପାରାଦ୍ୱୀପ ରେ କିଛି ଜମି ମାଫିଆ ଓ ଜବରଦଖଲକାରୀ ସକ୍ରିୟ ହୋଇଉଠିଛନ୍ତି । ପାରାଦ୍ୱୀପ ବନ୍ଦର ର ବ୍ୟବହୃତ ହୋଇନଥିବା ମୁଲ୍ୟବାନ ଜମିରେ ଏହି ମାଫିଆମାନେ ଅସ୍ଥାୟୀ ଘର ନିର୍ମାଣ କରି ବେଆଇନ୍ ବ୍ୟବସାୟ କରିବାର ଯୋଜନା ସାମ୍ନା କୁ ଆସିଛି । ଘଟଣାରୁ ପ୍ରକାଶ ଉଦୟବଟର ଭିତରଗଡ ଠାରେ ଥିବା ବନ୍ଦରର କିଛି ଅବ୍ୟବହୃତ ଜମିରେ କିଛି ବ୍ୟକ୍ତି ଜବର ଦଖଲ କରି ଦୋକାନ ଘର କରିଥିବା ଖବର ପାଇ ବନ୍ଦରର ଇଷ୍ଟେଟ ବିଭାଗ ଜୁନ୍ ୭ ତାରିଖ ଦିନ ସେଠାକୁ ଯାଇ ସେଠାରୁ ଜବର ଦଖଲ ଉଚ୍ଛେଦ କରିଥିଲେ । ତେବେ ଏହାର କିଛି ଦିନ ପରେ ଜବରଦଖଲକାରୀ ମାନେ କରୋନା କଟକଣାର ସୁଯୋଗ ନେଇ ପୂନର୍ବାର ସେଠାରେ ଅବୈଧ ଭାବେ ଗୃହ ନିର୍ମାଣ କରିଥିଲେ । ତେବେ ଏ ଖବର ପାଇ ଶୁକ୍ରବାର ଦିନ ବନ୍ଦର ଇଷ୍ଟେଟ ବିଭାଗ ପୋଲିସ ସୁରକ୍ଷାରେ ୪ଟି ଅବୈଧ ଗୃହକୁ ଉଚ୍ଛେଦ କରିଛି । ସୂଚନା ଥାଉକି ପୂର୍ବରୁ ଏହି ଜବରଦଖଲକାରୀ ମାଫିଆ ମାନେ ଇଷ୍ଟେଟ ବିଭାଗର ଆଇନଗତ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଓଡ଼ିଶା ସମାଚାର