Tuesday , October 3 2023
Breaking News
Home / ବ୍ୟବସାୟ ବାଣିଜ୍ୟ / ସହରାଂଚଳର ଉଠାଦୋକାନୀ ଓ ବୁଲାବିକାଳିଙ୍କ ନାମ ପଞ୍ଜିକୃତ କରି ସହାୟତା ପ୍ରଦାନ ପାଇଁ ଦାବି

ସହରାଂଚଳର ଉଠାଦୋକାନୀ ଓ ବୁଲାବିକାଳିଙ୍କ ନାମ ପଞ୍ଜିକୃତ କରି ସହାୟତା ପ୍ରଦାନ ପାଇଁ ଦାବି

କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)-ଅଖିଳ ଭାରତୀୟ ଅଣସଂଗଠିତ ଶ୍ରମିକ କଂଗ୍ରେସ (ଏ.ଆଇ.ୟୁ.ଡବ୍ଲୁ.ସି.) ପକ୍ଷରୁ ମହାମାରୀ କରୋନା ସମୟରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଉଠାଦୋକାନୀ ଓ ବୁଲାବିକାଳିମାନଙ୍କ ଅର୍ଥନୈତିକ ସ୍ଥିତିକୁ ବିଚାର କରାଯିବା ସହ ସେମାନଙ୍କ ନାମକୁ ପୈାରସଂସ୍ଥା ପକ୍ଷରୁ ପଞ୍ଜିକୃତ କରାଯିବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି । ପୌରସଂସ୍ଥା ଗୁଡିକ ସଠିକ ଭାବରେ ସେମାନଙ୍କ ନାମ ପଞ୍ଜିକୃତ କରିନଥିବାରୁ ସେମାନେ ସରକାରୀ ସହାୟତାରୁ ବଂଚିତ ହୋଇଥିଲେ । ଏବେ ସରକାର ସେମାନଙ୍କ ପାଇଁ ପୁନର୍ବାର ସହାୟତା ଘୋଷଣା କରିଥିବା ବେଳେ ପୌରସଂସ୍ଥା ଗୁଡିକୁ ସେହି ବର୍ଗଙ୍କ ନାମ ତୁରନ୍ତ ସଠିକ ଭାବରେ ପଞ୍ଜିକୃତ କରି ସହାୟତା ପ୍ରଦାନ କରାଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦିଅନ୍ତୁ ବୋଲି ଦାବି କରାଯାଇଛି । ୨୦୧୪ ଉଠାଦୋକଲାନୀ ଆଇନକୁ ସମସ୍ତ ପୌରସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରାଯାଇ ଟିଭିସି ଗଠନ କରାଯିବା,ତୁରନ୍ତ ଭେଣ୍ଡିଂ ଜୋନ ସ୍ଥାପନ କରାଯାଇ ସମସ୍ତ ଉଠାଦୋକାନୀକୁ ଥଇଥାନ କରାଯିବା,ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ସହ ପ୍ରତ୍ୟେକଙ୍କୁ ୨୦ହଜାର ଟଙ୍କା ବିନା ସୁଧରେ ଋଣ ପ୍ରଦାନ, ସମସ୍ତ ଉଠାଦୋକାନୀଙ୍କୁ ପୈାରସଂସ୍ଥା ପକ୍ଷରୁ ଅଣସଂଗଠିତ ଶ୍ରମିକ କାର୍ଡ ପ୍ରଦାନ କରାଯାଇ ସେମାନଙ୍କ ଶିକ୍ଷା,ସ୍ୱାସ୍ଥ୍ୟ,ବିବାହ ସହାୟତା ପ୍ରଦାନ କରାଯିବା, ଗ୍ରାମାଳର ବିଭିନ୍ନ ହାଟବଜାରରେ ଥିବା ଉଠାଦୋକାନୀମାନଙ୍କୁ ଏହି ପ୍ରକ୍ରୀୟାରେ ସାମିଲ କରାଯିବା ପ୍ରଭୃତି ଦାବି କରାଯାଇଛି ।ସଂଗଠନର ସଭାପତି ମୀର ମୁର୍ଶିଦ, ପୂର୍ବତନ ବିଦାୟକ ଚିନ୍ମୟ ପ୍ରସାଦ ବେହୁରା, ଉପସାଭାପତି ରଞ୍ଜନ କୁମାର ରାଉତ, ବିଜୟ କୁମାର ନାଥ,ଦେବପ୍ରସାଦ ନାଥ ପ୍ରମୁଖ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *