Friday , September 22 2023
Breaking News
Home / ବିଶେଷ / ବିଶ୍ୱ ଯୋଗ ଦିବସରେ କେନ୍ଦ୍ରାପଡା ମୁଖ୍ୟ ଡାକଘର ପକ୍ଷରୁ ବିଶେଷ ରଦ୍ଧକରଣ ଷ୍ଟାମ୍ପ ପ୍ରଦାନ କରାଯିବ

ବିଶ୍ୱ ଯୋଗ ଦିବସରେ କେନ୍ଦ୍ରାପଡା ମୁଖ୍ୟ ଡାକଘର ପକ୍ଷରୁ ବିଶେଷ ରଦ୍ଧକରଣ ଷ୍ଟାମ୍ପ ପ୍ରଦାନ କରାଯିବ

କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)-ଆସନ୍ତା ଜୁନମାସ ୨୧ତାରିଖରେ ବିଶ୍ୱ ଯୋଗ ଦିବସ ଅବସରରେ କେନ୍ଦ୍ରାପଡା ମୁଖ୍ୟ ଡାକଘର ପକ୍ଷରୁ ଏକ ଯୋଗ ଶିବିର ଅନୁଷ୍ଠିତ ହେବା ସହ ଡାକଘର ଚିଠି ଗୁଡିକ ଉପରେ ଏକ ବିଶେଷ ରଦ୍ଧକରଣ ଷ୍ଟାମ୍ପ ପ୍ରଦାନ କରାଯିବ ବୋଲି କେନ୍ଦ୍ରାପଡା ପୋଷ୍ଟାଲ ଡିଭିନଜନର ଅଧିକ୍ଷକ ନିରଞ୍ଜନ ମହାନ୍ତି ଏକ ପ୍ରେସବିଜ୍ଞପ୍ତି ଯୋଗେ ଜଣାଇଛନ୍ତି । ଏହି ୭ମ ଆନ୍ତର୍ଜାତୀୟ ଯୋଗ ଦିବସକୁ ସ୍ମରଣୀୟ କରିବା ଉଦେଶ୍ୟରେ ଭାରତୀୟ ଡାକ ବିଭାଗ ସମଗ୍ର ଭାରତରେ ଏହାର ୮୧୦ଟି ମୁଖ୍ୟ ଡାକଘର ମାଧ୍ୟମରେ ଏକ ଚିତ୍ରିତ ରେଖାଙ୍କନ ସହିତ ବିଶେଷ ରଦ୍ଧକରଣ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି । ଏ ପ୍ରକାର ସର୍ବବୃହତ ଏକକଳୀନ ଡାକ ଟିକେଟ ସଂଗ୍ରହ ସ୍ମୃତିଚାରଣ ମଧ୍ୟରେ ଏହା ପରିଗଣିତ ହେବାକୁ ଯାଉଛି । ସମସ୍ତ ମୁଖ୍ୟ ଡାକଘର ଗୁଡିକରେ ଆସନ୍ତା ଜୁନ ୨୧ତାରିଖରେ ବୁକ ହୋଇଥିବା ସମସ୍ତ ଡାକରେ ଏହି ବିଶେଷ ରଦ୍ଧକରଣ ପ୍ରଦାନ କରାଯିବ । ବିଗତ ବର୍ଷମାନଙ୍କରେ ଡାକଟିକେଟ ସଂଗ୍ରହ ପାଇଁ ଉତ୍ସାହ ହ୍ରାସ ପାଉଥିବା ଦୃଷ୍ଟିରୁ ଏହି କଳାକୁ ପୁର୍ନଜିବିତ କରାଯିବାକୁ ଭାରତୀୟ ଡାକ ବିଭାଗ ପକ୍ଷରୁ ଡାକ ଟିକେଟ ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିନିମନ୍ତେ ଆଗ୍ରହୀ ବ୍ୟକ୍ତିବିଶେଷମାନେ ଫିଲାଟେଲିକ ବୁ୍ୟରୋ ଏବଂ ନିର୍ଦ୍ଧିଷ୍ଟ ଡାକଘର କାଉଁଟରରୁ ଏଗୁଡିକ ସଂଗ୍ରହ କରିବା ସହ ଯେକୈାଣସି ମୁଖ୍ୟ ଡାକଘରେ ୨ଶହ ଟଙ୍କା ଜମାକରି ଏକ ଫିଲାଟେଲିକ ଜମାଖାତା ଖୋଲିପାରିବେ ଏବଂ ଡାକ ଟିକେଟ ଓ ବିଶେଷ ଆବରଣ ଭଳି ସାମଗ୍ରୀ ପାଇପାରିବେ ବୋଲି ଅଧିକ୍ଷକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *