Monday , September 25 2023
Breaking News
Home / ବିଶେଷ / ପ୍ରଶାସନ ପାଖରୁ ନ୍ୟାୟ ଦାବି କରି ପାଟକୁରା ଥାନା ସମ୍ମୁଖରେ ଧାରଣା 

ପ୍ରଶାସନ ପାଖରୁ ନ୍ୟାୟ ଦାବି କରି ପାଟକୁରା ଥାନା ସମ୍ମୁଖରେ ଧାରଣା 

ଗରଦପୁର, ୧୮/୦୬/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ସମ୍ମୁଖରେ ପାଟକୁରା ଗ୍ରାମର ଅକ୍ଷୟ କୁମାର ମହାନ୍ତି ସପରିବାର ଆଜି ସକାଳୁ ପାଟକୁରା ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ପୋଲିସ ପ୍ରଶାସନ ପାଖରୁ ନ୍ୟାୟ ନପାଇବାରୁ ଏହାର ପ୍ରତିବାଦରେ ସପରିବାର ଧାରଣାରେ ବସିଥିଲେ । ମିଳିଥିବା ସୂଚନା ରୁ ପ୍ରକାଶ ଯେ ଅକ୍ଷୟ କୁମାର ମହାନ୍ତି  ଙ୍କ ଘର ବାଡ଼ି ଯାଗା ସୀମାକୁ କେନ୍ଦ୍ର କରି ଦୀର୍ଘ ବର୍ଷ ଧରି ଅପର ପକ୍ଷ ବିଜୟ ସାହୁ ଓଗେର ଙ୍କ ସହିତ କଳହ ଲାଗି ରହିଛି । ପୂର୍ବ ଅଭିଯୋଗ ଆଧାରରେ ଥାନା ବାବୁ ତଥା ସ୍ଥାନୀୟ ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ସେ ଜମିର ମାପ କରାଯାଇ ସୀମା ଧାର୍ଯ୍ୟ ହୋଇଥିଲା ।  କିନ୍ତୁ ଅପର ପକ୍ଷ ବିଜୟ ସାହୁ ଓଗେର ମାପକୁ ଅମାନ୍ୟ କରି କଳହ ସୃଷ୍ଟି କରିଆସୁଥିଲେ । ଏଥି ସହିତ ସେହି ଜମିରେ ବଳ ପୂର୍ବକ ନିର୍ମାଣ କାର୍ଯ୍ୟ କରିବାକୁ ଲାଗିପଡ଼ିଥିଲେ । ଏ ସମ୍ପର୍କରେ ଅକ୍ଷୟ ଥାନାରେ ଜଣାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ପରେ ଅକ୍ଷୟ ବାଧ୍ୟ ହୋଇ ଜିଲା ମାଜିଷ୍ଟ୍ରେଟ ଙ୍କ ଅଦାଲତରେ ଅଭିଯୋଗ କରିବା ପରେ ଉକ୍ତ ପ୍ଲଟ ଉପରେ ଧାରା ୧୪୪ ଲଗାଇ କାର୍ଯ୍ୟ ବନ୍ଦ ନିମନ୍ତେ ଗରଦପୁର ତହସିଲଦାରଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲଶ । ଏହି ନିର୍ଦ୍ଧେଶ ଅନୁଯାୟୀ ତହସିଲଦାର ଉକ୍ତ ପ୍ଲଟରେ କାର୍ଯ୍ୟ ବନ୍ଦ ନେଇ ପାଟକୁରା ଥାନା ଅଧିକାରୀଙ୍କୁ ମଧ୍ୟ ଚିଠି ସଂଖ୍ୟା ୧୬୮୬/୨୧ ରେ ତୁରନ୍ତ ପଦକ୍ଷେପ ନେବାକ୍ୁ କହିଥିଲେ । ହେଲେ ଚିଠି ପାଇ ମଧ୍ୟ ପାଟକୁରା ଥାନା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନକରିବାକୁ ଅକ୍ଷୟଙ୍କ ପରିବାର ଆଜି ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇ ଧାରଣା ସ୍ଥଳରେ ପାଟକୁରା ଥାନା ଅଧିକାରୀଙ୍କ ସମେତ ଗରଦପୁର ତହସିଲଦାର ଅଶୋକ କୁମାର ବେହେରା ପହଂଚି ଅକ୍ଷୟଙ୍କ ସହିତ ଆଲୋଚନା କରିଥିଲେ । ଅପର ପକ୍ଷ ବିଜୟ ସାହୁ ସେହି ପ୍ଲଟ୍ ରେ ନିର୍ମାଣ କାର୍ଯ୍ୟ କରୁଥିବା ଖବର ପାଇ ଧାଣାସ୍ଥଳରୁ ତହସିଲଦାର ଶ୍ରୀ ବେହେରା ଓ ପାଟକୁରା ଥାନା ର ସବ ଇନ୍ସିପେକ୍ଟର ଜ୍ୟୋତିରଂଜନ ମହାନ୍ତି ଘଟଣାସ୍ଥଳରେ ପହଂଚି ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ଆସନ୍ତା ୨୮ ତାରିଖରେ ଜମି ମାପ ଚୁପ କରାଯାଇ ସୀମା ନିର୍ଦ୍ଧାରଣ କରାଯିବା ପାଇଁ ନିର୍ଦ୍ଧେଶ ଦେବା ସହିତ କାର୍ଯ୍ୟ ବନ୍ଦ କରିଥିଲେ । ଅପର ପକ୍ଷରେ ଅକ୍ଷୟ ସପରିବାର ଧାରଣା ପ୍ରତ୍ୟାହାର କରିନେଇଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *