Monday , September 25 2023
Breaking News
Home / ବିଶେଷ / ପୂର୍ତ ବିଭାଗ ଡ଼ାକ ବଙ୍ଗଳା ପାଲଟିଛି ସର୍ବସାଧାରଣଙ୍କ ରୋଷ ଶାଳା 

ପୂର୍ତ ବିଭାଗ ଡ଼ାକ ବଙ୍ଗଳା ପାଲଟିଛି ସର୍ବସାଧାରଣଙ୍କ ରୋଷ ଶାଳା 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ଜଗତସିଂହପୁର ପୁର୍ତ ବିଭାଗ ଅଧିନରେ ଥିବା ଜଇପୁର ଡ଼ାକ ବଙ୍ଗଳା ଏବେ ସର୍ବ ସାଧାରଣଙ୍କର ରୋଷଶାଳା ପାଲଟିଛି । ଏଠାରେ ରାଜ୍ୟ ସରକାରଙ୍କର କୋଭିଡ଼ ନୀୟମକୁ ଉଲଂଘନ କରାଯାଇ ଶହ ଶହ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ ଅମିଯୋଗ ଅନୁଯାୟୀ ଏଠାରେ ପ୍ରତ୍ୟେକ ଦିନ ଭୋଜି ଭାତର ଆସର ଜମୁଛି । ତେବେ ଏ ବିଷୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀ କିଛି ଜାଣିନଥିବା କୌତୁହଳର ବିଷୟ ପାଲଟିଛି । ସୂଚନା ଯୋଗ୍ୟ କି କୋଭିଡ଼ କଟକଣାରେ କୌଣସି ଜାଗାରେ ୨୫ ରୁ ଅଧିକ ଲୋକଙ୍କ ପାଇଁ ଭୋଜି ଭାତ ହେବାର ନୀୟମ ନଥିବାବେଳେ କଟକ ପରାଦୀପ ରାଜରାସ୍ତା କଡ଼ରେ ଥିବା ଏହି ବଙ୍ଗଳାରେ ଭୋଜି ଭାତର ଆସର ଜମୁଥିବାବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗହଳି ଚହଳି ଲାଗି ରହୁଛି । ସରକାର ଙ୍କର ଲକ ଡ଼ାଉନ ସଟ ଡ଼ାଉନ୍ ନୀୟମ ଏଠାରେ କାର୍ଯ୍ୟକାରୀ କରାନଯାଇ ତାହାକୁ ଖୋଲା ଉଲଂଘନ କରାଯାଉଥିବା ଅଭିଯୋଗ ହେଉଥିବାବେଳେ  ଏ ବିଷୟରେ ଦାୟିତ୍ୱରେ ଥିବା ଯନ୍ତ୍ରୀ ବିନୟ କୁମାର ସାହୁ କିଛି ଜାଣିନଥିବା ପ୍ରକାଶ କରିଛନ୍ତି । ତେବେ ବିଭାଗିୟ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରୀଣ ଦାସ ଏହା ସରକାରୀ ନୀୟମ ର ନୀତି ବୁରୁଦ୍ଧ ଓ ଏ ବିଷୟରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *