କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)- ଚଳିତବର୍ଷ ତୁଳସୀକ୍ଷେତ୍ରରେ ପ୍ରଭୁ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ ହେବା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଛନ୍ତି ନିରପେକ୍ଷ ଭାରତର ପ୍ରତିନିଧି ସାମ୍ବାଦିକ କଳ୍ପତରୁ ରାଉତରାୟ । ଶ୍ରୀଜୀଉଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଗୁରୁତ୍ୱାରୋପ କରାଯାଇ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ଚଳିତ ବର୍ଷ କରାଯିବା ଦାବି ନେଇ ଶ୍ରୀ ରାଉତରାୟ ଧାରଣାରେ ବସିରହିଛନ୍ତି । କେନ୍ଦ୍ରାପଡାରେ ରଥଯାତ୍ରା ଅନୁଷ୍ଠିତ ହେବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ନିର୍ଦେଶନାମା ଜାରିହେବା ପର୍ଯ୍ୟନ୍ତ ସେ ଧାରଣାରେ ବସିରହିବେ ବୋଲି କହିଛନ୍ତି ଶ୍ରୀ ରାଉତରାୟ । ଓଡ଼ିଶା ସମାଚାର