ସାଲେପୁର, ୧୮/୦୬/୨୦୨୧ (ଓଡିଶା ସମାଚାର / ଅଭୟ ଜେନା ) – ଗତକାଲି ବିଳମ୍ବିତ ରାତ୍ରରେ ଏକ କୁକୁଡ଼ା ବୋଝେଇ ପିକଅପ ଗାଡି ଭାରସାମ୍ୟ ହରାଇ ରାସ୍ତାରୁ ଖସି ବିଲ ଭିତରକୁ ପସିଯାଇଥିଲା।ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କଟରପା ଛକ ଠାରେ। ଏକ କୁକୁଡ଼ା ବୋଝେଇ ପିକଅପ ଗାଡି ଭାରସ୍ୟମ ହରାଇ ବିଲ ମଧ୍ୟ କୁ ଓଲଟି ଯାଇଥିଲା। ସାଲେପୁର ଥାନା ଅନ୍ତର୍ଗତ ବାଲିଆ ଠାରୁ କୁକୁଡ଼ା ଲୋଡ଼କରି ପିକଅପ ଗାଡିଟି ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ସୂଚନା ମିଳିଛି। ଘଟଣା ସ୍ଥଳରେ ସ୍ଥ୍ାନୀନୀୟ ଲୋକେ ପହଞ୍ଚି ଜେସିବି ମେସିନ ସାହାଯ୍ୟରେ ପିକଅପଗାଡି ଟିକୁ ଉଦ୍ଧାର କରିଥିଲେ। ମାତ୍ର ଗାଡ଼ିରେ ଥିବା କୁକୁଡ଼ା ଗୁଡିକ ମରିଯାଇଥିବା ଦେଖିବାକୁ ମିଳିଛି। ଓଡ଼ିଶା ସମାଚାର