Wednesday , October 4 2023
Breaking News
Home / ସ୍ୱାସ୍ଥ୍ୟ / ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଉଛି – ଜିଲ୍ଲାପାଳ

ଜିଲ୍ଲାରେ କୋଭିଡ ସଂକ୍ରମଣ ହ୍ରାସ ପାଉଛି – ଜିଲ୍ଲାପାଳ

କେନ୍ଦ୍ରାପଡ଼ା, ୧୮/୦୬/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟ ସରକାରଙ୍କ ଲକଡାଉନ ଓ ସଟଡାଉନ ନିୟମ ଜିଲ୍ଲାରେ କଡାକଡି ଭାବେ ଅନୁପାଳନ କରାଯାଉଥିବାରୁ କୋଭିଡ ସଂକ୍ରମଣ ହ୍ରାସ ପାଉଛି । ଏହା ନିଶ୍ଚିତ ଭାବେ ଏକ ଭଲ ସେଙ୍କତ ବୋଲି ଜିଲ୍ଲାପାଳ କହିଛନ୍ତି  । ସଂପ୍ରତି ଜିଲ୍ଲାରେ ସଂକ୍ରମଣ ହାର ପାଖାପାଖି ୫ପ୍ରତିଶତ ଥିବାବେଳେ ଆଗାମୀ ୧୫ଦିନ ଆଂଶିକ ଲକଡାଉନ ପରେ ଏହା କ୍ରମଶଃ ହ୍ରାସପାଇ କେନ୍ଦ୍ରାପଡା ଜିଲ୍ଲା ସଂକ୍ରମଣ ଶୁନ୍ୟ ହେବ ବୋଲି ଜିଲ୍ଲାପାଳ ଆଶା ପ୍ରକାଶ କରିଛନ୍ତି । ଜିଲ୍ଲାରେ ସଂକ୍ରମଣ ହାର କମଥିଲେ ମଧ୍ୟ ସରକାର ସମସ୍ତ ଉପକୂଳ ଜିଲ୍ଲାକୁ ‘ଖ’ ବର୍ଗଭୁକ୍ତ କରିଛନ୍ତି । ସରକାରଙ୍କର ଏହି ନିଷ୍ପତି ଖୁବ ଶୀଘ୍ର ଏହି ଜିଲ୍ଲାକୁ ସଂକ୍ରମଣ ମୁକ୍ତ କରିବାରେ ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲାପାଳ । ପୂର୍ବ ଲକଡାଉନ ସମୟରେ ଯେଉଁ କାର୍ଯ୍ୟକୁ ଅନୁମତି ଥିଲା ତାହା ବଳବତର ରହିବ । ପୂର୍ବରୁ ଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଗୁଡିକର ଖୋଲିବା ସମୟ ସକାଳ ୭ଟାରୁ ୧୧ଟା ପରିବର୍ତେ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ପୂର୍ବଭଳି ସଂପୂର୍ଣ୍ଣ ବନ୍ଦ୍ ରହିବ । ଦୁଗ୍ଧଚାଷୀମାନଙ୍କ ସ୍ୱାର୍ଥଦୃଷ୍ଟିରୁ ମିଠାଦୋକାନ ଗୁଡିକ ନିର୍ଦ୍ଧାରିତ ସମୟ ସାରଣୀରେ ଖୋଲାଯିବାକୁ ଅନୁମତି ପ୍ରଦାନ କରାଯାଇଛି । ସପ୍ତାହକ ପୂର୍ବରୁ ଜିଲ୍ଲାର ସଂକ୍ରମଣ ସଂଖ୍ୟା ୨୦୦ରୁ ୨୫୦ ରହୁଥିବା ବେଳେ ଏବେ ଏହା ଖସିଆସି ଏକଶହରୁ  ୧୧୦ମଧ୍ୟରେ ରହୁଛି । ଜିଲ୍ଲାରେ ସଂପ୍ରତି ସଂକ୍ରମିତଙ୍କ ସଂଖ୍ୟା ୧୧୦୦ ଥିବାବେଳେ କୋଭିଡ ହସପିଟାଲରେ ଏକଶହରୁ କମ ରୋଗୀ ଚିକତ୍ିସିତ ହେଉଛନ୍ତି । ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ସମ୍ପର୍କିତ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତର ଦେବାକୁ ଯାଇ ଜିଲ୍ଲାପାଳ କହିଥିଲେ ଯେ କେନ୍ଦ୍ରାପଡାରେ ରଥଯାତ୍ରା ପାଇଁ ସରକାରଙ୍କ ଅନୁମତି ନଥିବାରୁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଭିତରେ ପୂର୍ବବର୍ଷ ଭଳି ରଥଯାତ୍ରାର ନୀତିକାନ୍ତି ଅନୁଷ୍ଠିତ ହୋଇ  ରଥଯାତ୍ରାର ପରମ୍ପରା ରକ୍ଷା କରାଯିବ । କୋଭିଡ କଟକଣା ଓ ନିୟମକୁ କଡାକଡି ଭାବେ ପାଳନ କଲେ ଆଂଶିକ ଲକଡାଉନ ଶେଷ ଅର୍ଥାତ ଜୁଲାଇ ପହିଲା ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲା ସଂକ୍ରମଣ ଶୁନ୍ୟ ହୋଇପାରିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରି ଏଦିଗରେ ଜିଲ୍ଲାବାସୀଙ୍କ ସହଯୋଗ କାମନା  କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *