Friday , December 3 2021
Breaking News
Home / ତାଜା ଖବର / ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୭୨ଜଣ ସଙ୍ଗରୋଧ କେନ୍ଦ୍ରରେ ଚିହ୍ନଟ ହୋଇଥିବା ବେଳେ ୧୬୩୪ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୭୫ଜଣ, ବାଲେଶ୍ୱର ଜିଲ୍ଲାରୁ ୨୨୦ଜଣ, ବରଗଡ଼ ଜିଲ୍ଲାରୁ ୫୮ଜଣ, ଭଦ୍ରକ ଜିଲ୍ଲାରୁ ୧୫୮ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୮ଜଣ, ବୌଦ୍ଧ ଜିଲ୍ଲାରୁ ୩୫ଜଣ, କଟକ ଜିଲ୍ଲାରୁ ୩୯୩ଜଣ, ଦେଓଗଡ଼ ଜିଲ୍ଲାରୁ ୩୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୩ଜଣ, ଗଜପତି ଜିଲ୍ଲାରୁ ୪୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୬ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩୦ଜଣ, ଯାଜପୁର ଜିଲ୍ଲାରୁ ୩୪୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୯ଜଣ, କଳାହାଣ୍ଡି ଜିଲ୍ଲାରୁ ୪୩ଜଣ, କନ୍ଧମାଳ ଜିଲ୍ଲାରୁ ୩୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୫ଜଣ, କେନ୍ଦୁଝର ଜିଲ୍ଲାରୁ ୮୧ଜଣ, କେନ୍ଦୁଝର ଜିଲ୍ଲାରୁ ୬୧୭ଜଣ, କୋରାପୁଟ ଜିଲ୍ଲାରୁ ୭୭ଜଣ, ମାଲକାନଗିରି ଜିଲ୍ଲାରୁ ୭୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୫୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୮ଜଣ, ନୟାଗଡ଼ ଜିଲ୍ଲାରୁ ୧୩୪ଜଣ, ନୂଆପଡ଼ା ଜିଲ୍ଲାରୁ ୩୧ଜଣ, ପୁରୀ ଜିଲ୍ଲାରୁ ୨୦୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୧୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୫ଜଣ, ସୋନପୁର ଜିଲ୍ଲାରୁ ୩୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୧୯ଜଣ, ଷ୍ଟେଟ ପୁଲ୍ ରୁ ୯୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୭୦୪୯୮ କୁ ବୃଦ୍ଧି ପାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭ ଜଣ କରୋନା ଆକ୍ରାନ୍ତ ଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣେ ରହିଥିବା ବେଳେ କଟକ, ଝାରସୁଗୁଡା ଓ କଳାହାଣ୍ଡିରୁ ୪ ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ପୁରୀ ଓ ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁ ରହିଥିବା ବେଳେ ଦେଓଗଡ଼, କେନ୍ଦ୍ରାପଡା, ରାୟଗଡା, ଓ ବଲାଙ୍ଗୀରରୁ ୨ ଜଣ ଲେଖାଏଁ ରହିଛନ୍ତି । ଗଜପତି, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୫୦୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୭୦୪୯୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୩୫୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୫୦୮ ରେ ପହଂଚିଥିବାବେଳେ  ୫୩ଜଣ କରୋନା ଆକ୍ରାନ୍ତ ଙ୍କର ଅନ୍ୟରୋଗ ରେ ମୃତ୍ୟୁ ହୋଇଛି ।  ବର୍ତମାନ ଆଉ  ୪୩୩୩୮ ଜଣ ସକ୍ରୀୟ ଆକ୍ରାନ୍ତ ଚିକିତ୍ସାଧିନ  ରହିଥିବା ବେଳେ ଗଭତକାଲି  ସୁଦ୍ଧା ରାଜ୍ୟରେ ୧୨୯୬୪୭୦୫ ସାମ୍ପୁଲ ପରୀକ୍ଷା ହୋଇଛି । ଓଡ଼ିଶା ସମାଚାର

About admin

Check Also

ଢ଼େଙ୍କାନାଳର ଏକ ଆବାସିକ କଲେଜରେ ୩୩ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ – କଣ୍ଟେନମେଣ୍ଟ ଜୋନ ଘୋଷଣା

ଢ଼େଙ୍କାନାଳ,୦୧/୧୨/୨୦୨୧(ଓଡ଼ିଶା ସମାଚାର)-ଭିମସାରରେ ୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡ଼ ର ସେଣ୍ଟ ମେରି ବାଳିକା ବିଦ୍ୟାଳୟ ର …

Leave a Reply

Your email address will not be published. Required fields are marked *