ପାରାଦୀପ ୧୭/୦୬/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଠରବାଙ୍କୀ ମାଆ ଅମ୍ବିକା ସ୍କୁଲ ନିକଟରେ ଗୁରୁବାର ଦିନ ସକାଳେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ରେ ଜନୈକ କମ୍ପାନୀ କର୍ମଚାରୀ ଙ୍କ ର ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶ ଯେ, ପାରାଦୀପସ୍ଥିତ ଷ୍ଟିଭେଡରିଙ୍ଗ ସଂସ୍ଥା ଏଲ.ଏମ.ହାତୀ ଆଣ୍ଡ କମ୍ପାନୀରେ ହେଲପର ଭାବେ କାମ କରଥିିବା ମାଣିକ ପରମାଣିକ(୨୧) ଗୁରୁବାର ଦିନ ସକାଳେ ଡ୍ୟୁଟି କରିବାକୁ ନିଜ ସାଇକେଲ ରେ ଯାଉଥିଲେ । ପାରାଦୀପ ଅଠରବାଙ୍କିସ୍ଥିତ ମାଆ ଅମ୍ବିକା ସ୍କୁଲ ନିକଟରେ ଏକ ହାଇଡ୍ରା ପଛପଟୁ ଆସି ମାଣିକଙ୍କୁ ଧକ୍କା ଦେଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ବିଜୁ ମେମୋରିଆଲ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେନ୍ଦ୍ରାପଡା ଜିଲ୍ଲା ବତୀଘର ଅଂଚଳର ମୃତ ମାଣିକଙ୍କ ଘର । ସେ ନିକଟସ୍ଥ ଅଠରବାଙ୍କୀର ଲକ୍ ପଡାରେ ରହି ଏଲ.ଏମ.ହାତୀ ଆଣ୍ଡ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଏହି ଦୂର୍ଘଟଣା ପରେ ପାରାଦୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ଘଟଣାସ୍ଥଳରେ ପହଂଚି ହାଇଡ୍ରା ସହ ଡ୍ରାଇଭରକୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛନ୍ତି । ଓଡ଼ିଶା ସମାଚାର
Check Also
ବଡ଼ଚଣା ବିଡ଼ିଓଙ୍କ ଚିଠି ପରି ଗରଦପୁର ବିଡ଼ିଓ ଙ୍କ ଚିଠି କେବେ ?
ଗରଦପୁର, ୨୯/୬/୨୦୨୨(ଓଡ଼ିଶା ସମାଚାର)- ଗତ କରୋନା ମହାମାରୀ ସମୟରେ ଗରଦପୁର ବ୍ଲକ୍ ର ପ୍ରତି ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ …